ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନରଙ୍କ ଖଣ୍ଡା ବୁଲାଇବା ଉତ୍ସବର ଭିଡିଓ ଉପରେ ଭାରତୀୟ କ୍ରିକେଟରମାନେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ବ୍ୟାଟ୍ରେ ଏହି ଖଣ୍ଡା ବୁଲାଇବା ଉତ୍ସବକୁ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଚର୍ଚ୍ଚିତ କରାଇଥିଲା ବେଳେ ଗତବର୍ଷ ଆଇପିଏଲ୍ ବେଳେ ୱାର୍ନର ମଧ୍ୟ ଏହି ଶୈଳୀରେ ଉତ୍ସବ ମନାଉଥିବା ଲକ୍ଷ୍ୟ କରାଯାଇଥିଲା। ସେହି ଭିଡିଓ ଉପରେ କେବଳ ଯେ ଜାଦେଜା ପ୍ରତିକ୍ରିୟା େଦଇଛନ୍ତି ତାନୁହେଁ ବରଂ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଗତ ଆଇପିଏଲ୍ ସଂସ୍କରଣରେ ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥବା ବେଳେ ଏକ ବିଜ୍ଞାପନ ସୁଟିଂରେ ୱାର୍ନର ଜଣେ ଯୋଦ୍ଧା ଭଳି ବ୍ୟାଟ୍ ବୁଲାଉଥିବା ଦେଖାଯାଇଥିଲା। ଏହି ଭିଡିଓକୁ ୱାର୍ନର ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ତେବେ ଏହି ଶୈଳୀ ମାଧ୍ୟମରେ ସେ ଜାଦେଜାଙ୍କ ନିକଟତର ହୋଇପାରିଛନ୍ତି କି ନାହିଁ ବୋଲି ପ୍ରଶଂସକଙ୍କୁ ପଚାରିଥିଲେ। ତେବେ ଏହାଉପରେ କୋହଲି ଓ ରିଦ୍ଧିମାନ ଭାବାତ୍ମକ ଉତ୍ତର ରଖିଥିଲା ବେଳେ ଜାଦେଜା ଏହି ଶୈଳୀକୁ ତାଙ୍କର ପାଖାପାଖି ନକଲ ହୋଇପାରିଥିବା ହାସ୍ୟାସ୍ପଦ ଭଙ୍ଗୀରେ ଜବାବ ଦେଇଥିଲେ। ୱାର୍ନର ଏବେ ସାମାଜିକ ଦୂରତ୍ବ ଅବଲମ୍ବନ ପାଇଁ ସବୁବେଳେ ଘରେ ରହୁଥିବାରୁ ସାମାଜିକ ଗଣମାଧ୍ୟମରେ ଅଧିକ ସକ୍ରିୟ ଅଛନ୍ତି। ତେବେ ବଲ୍ ଟ୍ୟାମ୍ପରିଂ ମାମଲାରେ ବର୍ଷେ ବାସନ୍ଦ ହେବା ପରଠୁ ସେ ତାଙ୍କର ଶ୍ରେଷ୍ଠ ବ୍ୟାଟିଂ ଲୟରେ ଅଛନ୍ତି। ୱାର୍ନର ଆଇପିଏଲ୍ରେ ସର୍ବାଧିକ ରନ୍ ସଂଗ୍ରହକାରୀଙ୍କ ତାଲିକାରେ ବିରାଟ କୋହଲି, ସୁରେଶ ରାଇନା ଓ ରୋହିତ ଶର୍ମାଙ୍କ ତଳକୁ ଚତୁର୍ଥ ସ୍ଥାନରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/8g9f7j98dg7jd98g7j9d8gjdgjdgjdgjdgjdgjdgjgdj.jpg)