ଏବେ କ୍ରିକେଟ୍‌ ଖେଳାଳୀଙ୍କ ଡୋପ୍‌ ଟେଷ୍ଟ ହେବ, ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ଅଧିନକୁ ଆସିଲା ବିସିସିଆଇ

ନୂଆଦିଲ୍ଲୀ : ଏବେ ସବୁ ଭାରତୀୟ କ୍ରିକେଟ ଖେଳାଳୀମାନଙ୍କର ଡୋପ ଟେଷ୍ଟ ହେବ । ବିସିସିଆଇ ଏବେ ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (ଏନଏଡିଏ) ଅଧିନକୁ ଆସିବା ପରେ ଏଥିପାଇଁ ବାଟ ଖୋଲିଯାଇଛି । ପୂର୍ବରୁ ଅନେକ ବର୍ଷ ଧରି ଏନଏଡିଏ ଅଧିନକୁ ଆସିବାକୁ ବିସିସିଆଇ ରାଜି ହେଉନଥିଲା । ନିଜକୁ ଏକ ଘରୋଇ ସ୍ୱୟଂଶାସିତ ସଂସ୍ଥା ବୋଲି କହି ବିସିସିଆଇ ଏଥିରେ ଅନ୍ତର୍ଭୁକ୍ତ ହେବାକୁ ବିରୋଧ କରୁଥିଲା । କିନ୍ତୁ ଏବେ ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ଏଥିପାଇଁ ବିସିସିଆଇ ରାଜି ହୋଇଛି ।

ଶୁକ୍ରବାରଦିନ କେନ୍ଦ୍ର କ୍ରୀଡା ସଚିବ ରାଧେଶ୍ୟାମ ଝୁଲନିଆ, ଏନଏଡିଏ ଡିଜି ନବୀନ ଅଗ୍ରଓ୍ଵାଲ ଓ ବିସିସିଆଇ ସିଇଓ ରାହୁଲ ଜୋହରୀ, ଜିଏମ (କ୍ରିକେଟ ଅପରେସନ୍ସ ) ସବାକରିମଙ୍କ ମଧ୍ୟରେ ଅନୁଷ୍ଠିତ ଏକ ବୈଠକରେ ବିସିସିଆଇ ଲିଖିତ ଭାବରେ ନିଜର ସମ୍ମତି ଜଣାଇଛି ।
ଏହି ବୈଠକରେ ଡୋପ ଟେଷ୍ଟିର ଗୁଣବତ୍ତାକୁ ନେଇ ବିସିସିଆଇ ପ୍ରଶ୍ନ ଉଠାଇଥିଲା । କିନ୍ତୁ ଏସବୁ ସମସ୍ୟାଗୁଡ଼ିକର ସମାଧାନ କରାଯିବ ବୋଲି କେନ୍ଦ୍ର କ୍ରୀଡା ସଚିବ ରାଧେଶ୍ୟାମ ଝୁଲନିଆ ପ୍ରତିଶ୍ରୁତି ଦେବା ପରେ ବିସିସିଆଇ ନିଜର ସମ୍ମତି ଜଣାଇଥିଲା ।

ସମ୍ବନ୍ଧିତ ଖବର