ଦୁବାଇ: ଦୁବାଇରେ ଆୟୋଜିତ କରାଟେ କମ୍ବାଟ୍ ପ୍ରତିଯୋଗିତାରେ ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନୀ ଖେଳାଳି ଜିତିବା ପରେ ନିଜ ଦେଶ ସହ ଭାରତୀୟ ପତାକା ନେଇ ମଞ୍ଚ ଉପରକୁ ଯାଇଥିଲେ। ଏଭଳି କରିବା ପଛର କାରଣ ବର୍ଣ୍ଣନା କରିବାକୁ ଯାଇ ଶାହଜୈବ ରିନ୍ଧ କହିଥିଲେ ଯେ ‘‘ଏହି ଲଢ଼େଇ ଶାନ୍ତି ପାଇଁ ଥିଲା। ଆମେ ଶତ୍ରୁ ନୁହଁ, ଭାଇ ଭାଇ। ଏକାଠି ଆମେ ବହୁତ କିଛି କରି ପାରିବୁ। ଏହି ଲଢ଼େଇ ମାଧ୍ୟମରେ ଆମେ ଭାରତ ଓ ପାକିସ୍ତାନକୁ ନିକଟତର କରିବାକୁ ଉଦ୍ୟମ କରିଛୁ’’। ତାଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଥିଲେ। ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଉପସ୍ଥିତିରେ ଶାହଜୈବ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତର ରାନା ସିଂହଙ୍କୁ ହରାଇ ବିଜେତା ହୋଇଥିଲେ।
ପାକ୍ ଖେଳାଳିଙ୍କ ହାତରେ ଭାରତୀୟ ପତାକା
/sambad/media/post_attachments/wp-content/uploads/2024/04/Pakistani-Athlate-Carrying-Indian-Flag_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)