ନୂଆଦିଲ୍ଲୀ: ଭାରତୀୟ ଫୁଟ୍ବଲ୍ ଦଳର ଅଧିନାୟକ ଜେଜେ ଲାଲ୍ପେଖଲୁଆ କୋଭିଡ୍-୧୯ ପରିସ୍ଥିତି ବେଳେ ତାଙ୍କର ମହାନତା ଦେଖାଇଛନ୍ତି। ମିଜୋରାମ୍ରେ ଯେତେବେଳେ ରୋଗୀଙ୍କ ପାଇଁ ରକ୍ତର ଅଭାବ ଦେଖାଦେଇଥିଲା, ସେତେବେଳେ ଜେଜେ ଆଗେଇ ଆସିଥିଲେ। ନିଜ ସହ ସାଙ୍ଗ ସାଥୀଙ୍କୁ ମଧ୍ୟ ଏଥିଲାଗି ଅନୁପ୍ରେରିତ କରିଥିଲେ। ମିଜୋରାମର ଯେଉଁ ଡ଼ାକ୍ତରଖାନାଗୁଡ଼ିକ ୟଙ୍ଗ ମିଜୋ ସଂଘ (ୱାଇଏମ୍ଏ) ସଂଗଠନ ସହ ଜଡ଼ିତ ଥିଲେ, ସେମାନେ ରକ୍ତର ଆବଶ୍ୟକତା ବିଷୟରେ ସଂଘ ସହ ଯୋଗାଯୋଗ କରିଥିଲେ। ଏହି ଖବର ଜେଜେଙ୍କ ପାଖରେ ପହଞ୍ଚିବା ପରେ ସେ ତୁରନ୍ତ ରକ୍ତର ବ୍ୟବସ୍ଥା କରିଥିଲେ। ଭାରତରେ ତିନିସପ୍ତାହ ଧରି ତାଲାବନ୍ଦ ଲାଗିରହିଥିବାରୁ ଲୋକମାନେ ଅନେକ ସମସ୍ୟା ଦେଇ ଗତି କରୁଥିଲାବେଳେ ଏବେ ଏହି ଅବଧିକୁ ପୁଣି ଆଉ ଦୁଇ ସପ୍ତାହ ବଢାଇ ଦିଆଯାଇଛି। ଏଭଳି ପରିସ୍ଥିତିରେ ରକ୍ତ ସଙ୍କଟ ବିଷୟରେ ଜାଣିବା ପରେ କେହି ଚୁପ୍ହୋଇ ରହିପାରିବେ ନାହିଁ। ତେଣୁ ଜେଜେ ତୁରନ୍ତ ଡର୍ଟଲାଙ୍ଗସ୍ଥିତ ସିନୋଡ଼ ଡ଼ାକ୍ତରଖାନାରେ ପହଞ୍ଚି ରକ୍ତଦାନ କରିଥିଲେ। ୱାଇଏମ୍ଏର ୩୩ଜଣ ସଦସ୍ୟ ସେଠାରେ ପହଞ୍ଚିଥିଲାବେଳେ ୨୭ଜଣ ରକ୍ତଦାନ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ତେବେ ଏସଂକ୍ରାନ୍ତରେ ଜେଜେ କହିଛନ୍ତି ଯେ, ଏହି ସମସ୍ୟା କେବଳ ମୋର କିମ୍ବା ଆଉ କାହାର ନୁହେଁ, ବରଂ ସମଗ୍ର ମାନବଜାତି ପାଇଁ କୋଭିଡ୍-୧୯ ବିପକ୍ଷରେ ଲଢିବା ପାଇଁ ଏକ ସୁଯୋଗ। ତେଣୁ ଏଭଳି ଏକ ଛୋଟ ଅବଦାନ କରି ମୁଁ ବହୁତ ଖୁସି।/sambad/media/post_attachments/wp-content/uploads/2020/04/dgh84d98fh7s98h7sf98hsfhhhhhhhhhhhhhhhhhhhhhhhhh-300x252.jpg)
ଏଥିପାଇଁ ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛି। କୋଭିଡ୍-୧୯ର ନିରାକରଣ ପାଇଁ ତାଲାବନ୍ଦ ନିହାତି ଜରୁରୀ ବୋଲି ସେ ମଧ୍ୟ ରକ୍ତଦାନ କରି ସାରିବା ପରେ ଅନଲାଇନରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ। ‘‘ ତାଲାବନ୍ଦ ସମୟରେ ଘରେ ରହିବା ସବୁଠୁ କଠିନ କାମ। ତଥାପି ଦେଶର ଆବଶ୍ୟକତାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଯେତେ ଅଧିକ ଦିନ ଆମେ ଘରେ ରହିବା, ସେତେଶୀଘ୍ର ଭାରତ କରୋନା କବଳରୁ ମୁକୁଳିପାରିବା’’ ବୋଲି ଜେଜେ କହିଥିଲେ।
ଦିନ ମଜୁରିଆ ଓ ବସ୍ତି ପିଲାଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଲେ ଶୁଭାଶିଷ
କୋଲକାତା: ଭାରତୀୟ ଫୁଟବଲର୍ ସିକେ ବୀନିତ କରୋନା କଲ୍ ସେଣ୍ଟରରେ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏବେ ଭାରତୀୟ ଫୁଟବଲ୍ ଦଳର ଆଉ ଜଣେ ତାରକା ଶୁଭାଶିଷ ବୋଷ ନିଜ ମହାନତାରେ ସମସ୍ତଙ୍କ ମନ ଜିତି ନେଇଛନ୍ତି। ପଶ୍ଚିମ ବଙ୍ଗର ୨୪ ପର୍ଗଣା ଜିଲ୍ଲାର ସୁଭଗ୍ରାମ ସହରର ବାସିନ୍ଦା ଶୁଭାଶିଷ କରୋନା ପାଇଁ ସୃଷ୍ଟି ହୋଇଥିବା ଆପାତ୍ତକାଳୀନ ସ୍ଥିତିରେ ବାସହରା, ଦିନ ମଜୁରିଆ ଓ ବସ୍ତି ପିଲାଙ୍କୁ ମାଗଣାରେ ଖାଦ୍ୟ ପୁଡ଼ିଆ ବାଣ୍ଟୁଛନ୍ତି। ଗତ ସପ୍ତାହଠାରୁ ସେ ନିୟମିତ ନିଜ ଖର୍ଚରେ ଖାଦ୍ୟ ବାଣ୍ଟିବା ଆରମ୍ଭ କରିଛନ୍ତି। ଏଥିନେଇ ଶୁଭାଶିଷ କହିଛନ୍ତି ଯେ ଏହି ରିକ୍ସା ଚାଳକମାନେ ମୋତେ ଅନେକ ଥର ମାଗଣାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଛନ୍ତି। ସ୍ଥାନୀୟ ଦୋକାନୀମାନେ ମଧ୍ୟ ମୋତେ ବହୁଥର ମାଗଣାରେ ଖାଦ୍ୟ ପଦାର୍ଥ ଓ ଉପହାର ଦେଇଛନ୍ତି। ଏବେ ମୋତେ ସେମାନଙ୍କର ସେହି ଋଣ ଶୁଝିବାର ସୁଯୋଗ ମିଳିଛି। ସେମାନଙ୍କୁ ଖାଦ୍ୟ ପଦାର୍ଥ ଦେଇ ମୁଁ ଢେର ଆତ୍ମସନ୍ତୋଷ ଲାଭ କରୁଛି। ୨୪ ବର୍ଷୀୟ ଶୁଭାଶିଷ ଭାରତୀୟ ଫୁଟବଲ୍ ଦଳର ଜଣେ ଆଗଧାଡ଼ିର ରକ୍ଷଣଭାଗ ଖେଳାଳି ହୋଇଥିଲା ବେଳେ ସେ ୧୮ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଆଇଏସଏଲ୍ ପାଇଁ ସେ ମୁମ୍ବାଇ ସିଟି ଦଳ ପକ୍ଷରୁ ଖେଳନ୍ତି। ଫୁଟ୍ବଲ୍ରୁ ଦୂରେଇ ରହିବା ଅତ୍ୟନ୍ତ କଷ୍ଟକର ହୋଇଥିଲେ ମଧ୍ୟ ମଣିଷ ଜୀବନ ସବୁଠାରୁ ମୂଲ୍ୟବାନ ବୋଲି ଶୁଭାଶିଷ ମତ ଦେଇଛନ୍ତି। ସେହିଭଳି ଭାରତ ସରକାର ସଂପ୍ରତି ଜାରି ରଖିଥିବା ତାଲାବନ୍ଦକୁ ସେ ସମର୍ଥନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/98fs7h98sf7h98sfhsfsfsfsfsfsfsfsfsfsfsfsfsfsfsfsfsfsfsf.jpg)