ଭାରତୀୟ ବାଳିକା ବିଶ୍ବକପ୍‌ ଫୁଟ୍‌ବଲ୍ ଦଳର ପ୍ରସ୍ତୁତିରେ ଅମ୍ବାନି

ମୁମ୍ବାଇ/ଭୁବନେଶ୍ବର: ଆସନ୍ତା ବର୍ଷ ଭାରତରେ ୧୭ ବର୍ଷରୁ କମ୍ ଫିଫା ବାଳିକା ବିଶ୍ବକପ୍‌ ଅନୁଷ୍ଠିତ ହେବ। ଏଥି ଲାଗି ଭୁବନେଶ୍ବରକୁ ପ୍ରାରମ୍ଭିକ ଅବସ୍ଥାରେ ଅନୁମୋଦନ ମିଳିଛି। ଅନ୍ୟ ୩ଟି ଭାରତୀୟ ସହର ଫିଫା ଅନୁମୋଦନ ଅପେକ୍ଷାରେ ରହିଛନ୍ତି। କିନ୍ତୁ ଭାରତୀୟ ଦଳକୁ ଭଲ ଖେଳାଳି ପ୍ରଦାନ କରିବା ଲାଗି ଫୁଟବଲ୍‌ ସ୍ପୋର୍ଟସ ଡେଭଲପ୍‌ମେଣ୍ଟ୍‌ ଲିମିଟେଡ୍ (ଏଫଏସଡିଏଲ୍‌)ର ଅଧ୍ୟକ୍ଷା ନୀତା ଅମ୍ବାନି ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ବିଶ୍ବକପ୍‌ ପୂର୍ବରୁ ଏଫଏସଡିଏଲ୍ ପକ୍ଷରୁ ଦେଶରେ ଏକ ୪ ଦଳୀୟ ୧୭ ବର୍ଷରୁ ବାଳିକା ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ଶ୍ରୀମତି ଅମ୍ବାନି ଶୁକ୍ରବାର ଘୋଷଣା କରିଛନ୍ତି। ଭାରତୀୟ ଦଳରେ ସୁଯୋଗ ପାଇବା ଲାଗି ଏହା ଖେଳାଳିମାନଙ୍କୁ ଏକ ସ‌ୁଯୋଗ ପ୍ରଦାନ କରିବ। ଦେଶର କୋଟି କୋଟି ପିଲାଙ୍କୁ ‌ବିଭିନ୍ନ ଖେଳକୁ ଆଣିବା ମୋ ଲକ୍ଷ୍ୟ ବୋଲି ସେ କହିଛନ୍ତି। ୧୨ଟି ରାଜ୍ୟର ୪୦ ଜିଲାରୁ ପ୍ରାୟ ୩୮,୦୦୦ ପିଲାଙ୍କୁ ନେଇ ଆଇଏସଏଲ୍ ଚିଲଡ୍ରେନ୍ସ ଲିଗ୍ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର