ଭୁବନେଶ୍ବର: ବେଙ୍ଗାଲୁରୁ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୧ରେ ଶୁକ୍ରବାର ଓଡ଼ିଆ ଝିଅ ପ୍ରଜ୍ଞା ପ୍ରଶାନ୍ତି ସାହୁ ରୌପ୍ୟ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ମହିଳା ୧୦୦ ମିଟର ବାଧାଦୌଡ଼ର ଫାଇନାଲ୍ରେ ପ୍ରଜ୍ଞା (୧୩.୪୪ ସେକେଣ୍ଡ) ଦ୍ବିତୀୟ ସ୍ଥାନରେ ରହି ପଦକ ଜିତିଛନ୍ତି। ତାଙ୍କ ରିଲାଏନ୍ସ ଏଚ୍ପିସି ସାଥୀ ଜ୍ୟୋତି ୟାରାଜୀ (୧୩.୦୭) ସ୍ବର୍ଣ୍ଣ ଜିତିଥିଲା ବେଳେ ତାମିଲନାଡ଼ୁର ନନ୍ଦିନୀ କେ (୧୩.୭୮) କାଂସ୍ୟ ପାଇଥିଲେ। ପୁରୁଷ ୨୦୦ ମିଟର ଦୌଡ଼ରେ ଓଡ଼ିଶାର ଲାଲୁ ପ୍ରସାଦ ଭୋଇ (୨୧.୨୬ ସେକେଣ୍ଡ) କାଂସ୍ୟ ଜିତିଥିଲା ବେଳେ ତାଙ୍କ ରିଲାଏନ୍ସ ଏଚ୍ପିସି ସାଥୀ ଅମ୍ଳାନ ବଡ଼ଗୋହାଇଁ (୨୦.୮୩) ଓ ମଣିକାନ୍ତ ହୋବଳିଧର (୨୧.୨୦) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପାଇଥିଲେ। ପଞ୍ଜାବର ଗୁରିନ୍ଦରବୀର ସିଂହ ଦେଶର ଦ୍ରୁତତମ ଧାବକ ହୋଇଛନ୍ତି। ସେ ୧୦୦ ମିଟର ଦୌଡ଼କୁ ୧୦.୨୦ ସେକେଣ୍ଡ୍ରେ ଶେଷ କରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ରିଲାଏନ୍ସରୁ ପ୍ରତିନିଧିତ୍ବ କରିଥିବା ଏହି ଧାବକ, ମଣିକାନ୍ତ ହୋବଳିଧର (୧୦.୨୩)ଙ୍କ ରେକର୍ଡ ଭାଙ୍ଗିଥିଲେ। ମଣିକାନ୍ତ ଅକ୍ଟୋବର ୨୦୨୩ରେ ଏହି ରେକର୍ଡ କରିଥିଲେ। ପୂର୍ବରୁ ଗୁରିନ୍ଦରବୀରଙ୍କ ଶ୍ରେଷ୍ଠ ସମୟ ଥିଲା ୧୦.୨୭ ସେକେଣ୍ଡ୍। ୨୦୧୧ରେ ୬୩ତମ ଅନ୍ତଃରାଜ୍ୟ ଦୌଡ଼କୁଦରେ ସେ ଏହି ସମୟ ରେକର୍ଡ କରିଥିଲେ।
ଇଣ୍ଡିଆନ୍ ଗ୍ରାଁ ପ୍ରି-୧: ଗୁରିନ୍ଦରବୀରଙ୍କ ରେକର୍ଡ, ପ୍ରଜ୍ଞା ପ୍ରଶାନ୍ତିଙ୍କୁ ରୌପ୍ୟ, ଲାଲୁଙ୍କୁ କାଂସ୍ୟ
ବେଙ୍ଗାଲୁରୁ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୧ରେ ଶୁକ୍ରବାର ଓଡ଼ିଆ ଝିଅ ପ୍ରଜ୍ଞା ପ୍ରଶାନ୍ତି ସାହୁ ରୌପ୍ୟ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ମହିଳା ୧୦୦ ମିଟର ବାଧାଦୌଡ଼ର ଫାଇନାଲ୍ରେ ପ୍ରଜ୍ଞା (୧୩.୪୪ ସେକେଣ୍ଡ) ଦ୍ବିତୀୟ ସ୍ଥାନରେ ରହି ପଦକ ଜିତିଛନ୍ତି।
/sambad/media/media_files/2025/03/29/B4JmyRhH3rbgR1YSeiks.jpg)