ଇଣ୍ଡିଆନ୍ ଗ୍ରାଁ ପ୍ରି-୨: ଦୂତି ୧, ଅମିୟ ୨

ଭୁବନେଶ୍ବର: ପାତିଆଲାସ୍ଥିତ ଜାତୀୟ କ୍ରୀଡ଼ା ସଂସ୍ଥାନରେ ଗୁରୁବାର ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୨୦୨୧ର ଦ୍ବିତୀୟ ସଂସ୍କରଣରେ ଦୌଡ଼ରାଣୀ ଦୂତି ଚାନ୍ଦ ମହିଳା ୧୦୦ ମିଟରର ପ୍ରଥମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଦେଶର ଦ୍ରୁତତମ ଧାବକ ଅମିୟ ମଲ୍ଲିକ ପୁରୁଷ ୧୦୦ ମିଟରର ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ମହିଳା ୧୦୦ ମିଟର ବର୍ଗରେ ଦୂତି ୧୧.୪୪ ସେକେଣ୍ଡ ସମୟ ସହ ପ୍ରଥମ ସ୍ଥାନରେ ରହିଥିଲା‌ ବେଳେ କର୍ଣ୍ଣାଟକର ଏଟି ଧନେଶ୍ବରୀ (୧୧.୮୯ ସେକେଣ୍ଡ) ଦ୍ବିତୀୟ ଓ ମହାରାଷ୍ଟ୍ରର ଡିଆଣ୍ଡ୍ରା ଭଲଡାରେସ୍ (୧୧.୯୨ ସେକେଣ୍ଡ) ତୃତୀୟ ସ୍ଥା‌ନ ଅଧିକାର କରିଥିଲେ। ଅନ୍ୟପକ୍ଷରେ ପୁରୁଷ ୧୦୦ ମିଟର ଦୌଡ଼ରେ ମହାରାଷ୍ଟ୍ରର କୃଷ୍ଣକୁମାର ସତୀଶ ରାଣେ (୧୦.୭୧ ସେ‌କେଣ୍ଡ) ପ୍ରଥମ, ଅମିୟ (୧୦.୭୪ ସେକେଣ୍ଡ) ଦ୍ବିତୀୟ ଓ ଦିଲ୍ଲୀର ଅମିତ ତିୱାରୀ (୧୦.୮୧ ସେକେଣ୍ଡ) ତୃତୀୟ ସ୍ଥାନରେ ରହିଥିଲେ। ସୂଚନାଯୋଗ୍ୟ ଯେ ଏଠାରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୧ରେ ଦୂତି ମହିଳା ୧୦୦ ମିଟରର ପ୍ରଥମ ଏବଂ ଅମିୟ ପୁରୁଷ ୧୦୦ ମିଟରର ଦ୍ବିତୀୟ ସ୍ଥାନ ପାଇଥି‌ଲେ।

ସମ୍ବନ୍ଧିତ ଖବର