ଭାରତୀୟ ହକି ଦଳର ଦ୍ବିତୀୟ ବିଜୟ

ଅନ୍ବେର୍ପ (ବେଲଜିୟମ୍‌): ଭାରତୀୟ ପୁରୁଷ ହକି ଦଳ ଶନିବାର ବେଲଜିୟମ୍ ଗସ୍ତରେ ବଡ଼ ବିଜୟ ହାସଲ କରିଛି। ଗସ୍ତର ପ୍ରଥମ ମ୍ୟାଚ୍‌ରେ ଘରୋଇ ବେଲଜିୟମ୍‌କୁ ପରାସ୍ତ କରିଥିବା ଭାରତୀୟ ଦଳ ଶନିବାର ବିଶ୍ବ ମାନ୍ୟତାର ୮ ନମ୍ବର ସ୍ପେନ୍‌କୁ ୬-୧ ଗୋଲ୍‌ରେ ହରାଇ ଦେଇଛି। ହରମନପ୍ରୀତ୍ ସିଂହ (୨୮, ୩୨ ମିନିଟ୍‌) ଦୁଇଟି ଗୋଲ୍ ଦେଇଥିବା ବେଳେ ମନପ୍ରୀତ୍ ସିଂହ (୨୪ ମିନିଟ୍‌), ନୀଳକାନ୍ତ ଶର୍ମା (୩୯ ମିନିଟ୍‌), ମନଦୀପ୍ ସିଂହ (୫୬ ମିନିଟ୍‌) ଏବଂ ରୂପୀନ୍ଦର ପାଲ୍ ସିଂହ (୫୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ପ୍ରଥମ ପେନାଲଟି କର୍ନର ସ୍ପେନ୍‌ ଅର୍ଜନ କରିଥିଲେ ମଧ୍ୟ ପିଆର ଶ୍ରୀଜେଶ ଏହାକୁ ଏଡ଼ାଇ ଦେଇଥିଲେ। ଏହା ପରଠାରୁ ଭାରତ ସମ୍ପୂର୍ଣ୍ଣ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ମନପ୍ରୀତ୍ ପ୍ରଥମ ଗୋଲ୍ ଦେବା ପରେ ଶେଷ କ୍ବାର୍ଟରରେ ଭାରତ ଆଉ ଦୁଇ ଗୋଲ୍ ଦେଇ ମ୍ୟାଚ୍‌କୁ ଏକ ତରଫା ଭାବେ ଜିତି ନେଇଥିଲା। ବିଶ୍ବ ମାନ୍ୟତାରେ ୫ ନମ୍ବର ସ୍ଥାନରେ ଥିବା ଭାରତ ରବିବାର ତୃତୀୟ ମ୍ୟାଚ୍‌ରେ ମଧ୍ୟ ସ୍ପେନ୍‌ ସହିତ ଖେଳିବ।

ସମ୍ବନ୍ଧିତ ଖବର