ପର୍ଥ: ଚଳିତ ଅଷ୍ଟ୍ରେଲୀୟ ହକି ଲିଗ (ଏଏଚ୍୍ଏଲ୍)ର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ଭାରତୀୟ ପୁରୁଷ ଓ ମହିଳା ଦଳ ନିଜ ନିଜ ମ୍ୟାଚ୍ ହାରି ଯାଇଛନ୍ତି। ଶ୍ରେଷ୍ଠ ୪ ଦଳ ଲାଗି ହୋଇଥିବା ଲିଗ୍ର ପ୍ରଥମ ମୁକାବିଲାରେ ପୁରୁଷ ଦଳ ୨-୫ ଗୋଲ୍ରେ ଭିକ୍ଟୋରିଆ ଭିକିଙ୍ଗ୍ସଠୁ ହାରିଥିଲା ବେଳେ ପଞ୍ଚମରୁ ଦଶମ ସ୍ଥାନ ଲାଗି ଖେଳୁଥିବା ମହିଳା ଦଳ ପ୍ରଥମ ମ୍ୟାଚ୍ରେ ୧-୨ ଗୋଲ୍ରେ େଓ୍ଵଷ୍ଟର୍ନ ଅଷ୍ଟ୍ରେଲିଆ ଡାଇମଣ୍ଡ୍ସଠୁ ହାରିଯାଇଥିଲା।
ଗୁରୁବାର ଭାରତୀୟ ପୁରୁଷ ଦଳ ପ୍ରଥମ ମିନିଟ୍ରୁ ହିଁ ପଛରେ ପଡ଼ି ଯାଇଥିଲା। ପ୍ରଥମ ମିନିଟ୍ରେ ଭିକିଙ୍ଗ୍ସର ଜେମ୍ସ େଓ୍ଵବଷ୍ଟର ଗୋଲ୍ ଅଭିଯାନ ଆରମ୍ଭ କରିଥିଲେ। ଏହାପରେ କ୍ରିସ୍ ସିରିଲେ (୧୮, ୩୪, ୪୯ ମିନିଟ୍)ଙ୍କ ୩ ଏବଂ ଆରୋନ କ୍ଲିନଶ୍ଚମିତ୍ (୩୨ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲେ। ତେବେ ଭାରତ ପକ୍ଷରୁ ଉପଅଧିନାୟକ ତଥା ଓଡ଼ିଆ ତାରକା ଅମିତ ରୋହିଦାସ (୪୦, ୪୫ ମିନିଟ୍) ଦୁଇଟି ଗୋଲ୍ ଦେଇ କିଛିଟା ସମ୍ମାନ ରଖିଥିଲେ। ଅନ୍ୟପକ୍ଷରେ ମହିଳା ମୁକାବିଲାରେ ଡାଇମଣ୍ଡ୍ସ ପକ୍ଷରୁ ସାନିଏ ଟୋନକିନ୍ (୧୩ ମିନିଟ୍) ଏବଂ ରାଚିଲ ଫ୍ରୁସର (୧୯ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଭାରତ ପକ୍ଷରୁ ଅଧିନାୟିକା ପ୍ରୀତି ଦୁବେ (୫୬ ମିନିଟ୍) ଗୋଟିଏ ଗୋଲ୍ ସୁଝାଇ ଦେଇଥିଲେ।
ଏଏଚ୍ଏଲ୍: ଭାରତ ପୁରୁଷ ଓ ମହିଳା ହାରିଲେ
/sambad/media/post_attachments/wp-content/uploads/2017/10/download-3-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)