ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଆ ହକି ଖେଳାଳି, ବିମାନ ବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ବର : ଭୁବନେଶ୍ବରରେ ପହଞ୍ଚିଛନ୍ତି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ପୁରୁଷ  ଓ ମହିଳା ହକି ଦଳରେ ଥିବା ଓଡ଼ିଆ ଖେଳାଳି । ସେମାନେ ରାତି ୮ଟା ୫୦ ମିନିଟରେ ଏୟାର ଇଣ୍ଡିଆ ଫ୍ଲାଇଟରେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଏହି ଖେଳାଳିମାନେ ହେଲେ ବ୍ରୋଞ୍ଜ ପଦକ ବିଜୟୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଏବଂ ମହିଳା ଦଳର ଦୀପଗ୍ରେସ ଏକ୍କା  ଓ ନମିତା ଟପ୍ପୋ ।

ଏହି ହକି ଖେଳାଳିମାନଙ୍କୁ ସ୍ବାଗତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବ ସେବା ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଓ ଅଭିଜିତ ପଲ ବିମାନ ବନ୍ଦରରେ ଉପସ୍ଥିତ ଥିଲେ । ଏହା ସହିତ ସେମାନଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ ।

ଖେଳାଳିମାନଙ୍କ ପାଇଁ ୪ଟି ଇନୋଭା ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଇନୋଭା ପାଇଁ ଗୋଟିଏ ଲେଖାଏଁ ପାଇଲଟ ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଇନୋଭାରେ ଜଣେ ଖେଳାଳିଙ୍କୁ ନିଆଯାଇ ଘରେ ଛଡ଼ାଯିବାର ବନ୍ଦବୋସ୍ତ କରିଛନ୍ତି ରାଜ୍ୟ ସରକାର ।

ସମ୍ବନ୍ଧିତ ଖବର