ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ ଠାରୁ ୪-୦ରେ ପାକିସ୍ତାନ ପରାସ୍ତ

ବେଦ୍ରା(ନେଦରଲାଣ୍ଡ): ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ ଶନିବାର ୪-୦ରେ ଚିର ପ୍ରତିନ୍ଦନ୍ଦୀ ପାକିସ୍ତାନକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ନେଦରଲାଣ୍ଡର ବେଦ୍ରା ସହରରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ବିରୋଧରେ ଏକ ତରଫା ବିଜୟ ହାସଲ କରିଛନ୍ତି। ଭାରତ ପକ୍ଷରୁ ରମଣଦୀପ ସିଂହ(୨୫ମିନିଟ), ମନ୍ଦୀପ ସିଂହ(୫୭ ମିନିଟ), ଦିଲପ୍ରୀତ ସିଂହ(୫୪ ମିନିଟ)ଓ ଲଲିତ ଉପଧ୍ୟାୟ(୫୯ମିନିଟ) ଗୋଲ ଦେଇଥିଲେ।

ଏସିଆ ଚମ୍ପିଅନ ଭାରତ ୩୬ ଥରରେ ଏପର୍ଯ୍ୟନ୍ତ ଗୋଟିଏ ବି ଚାମ୍ପିଅନ୍ସ ଟ୍ରଫି ଜିତି ପାରି ନାହିଁ ଓ ଏଥର ଟୁର୍ଣ୍ଣାମେଣ୍ଟର ଶେଷ ପର୍ଯ୍ୟାୟରେ ବିଜୟ ଉପଲବ୍ଧି ହାସଲ କରିବାକୁ ଚାହୁଛି। ଭାରତୀୟ ଟିମକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୨୦୧୬ରେ ମିିଳିଥିଲା। ଅଷ୍ଟ୍ରେଲିଆ ଠାରୁ ସୁଟଆଉଟ୍‌ ହେବା ପରେ ରୌପ୍ୟପଦକ ହାସଲ କରିଥିଲା। ଆଠ ଥର ଅଲମ୍ପିକ ଚମ୍ପିଅନ ଭାରତୀୟ ଟିମ କମନେଓ୍ଵଲଥ ଗେମ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ୪ର୍ଥ ସ୍ଥାନରେ ରହିଛି। ଏହା ପରେ ନେଦରଲାଣ୍ଡର ଶୋର୍ଡ ମାରିନଙ୍କ ସ୍ଥାନରେ ହରେନ୍ଦ୍ର ସିଂହଙ୍କୁ ପୁରୁଷ ଟିମ କୋଚ ଦାୟିତ୍ୱ ମିଳିଛି। ମାରିନ ଭାରତୀୟ ମହିଳା ଟିମ ପାଇଁ କୋଚ ଦାୟିତ୍ୱ ନେଇଛନ୍ତି।

ଚାମ୍ପିଅନ୍ସ ଟ୍ରଫିରେ ବିଶ୍ୱର ଶ୍ରେଷ୍ଠ ୬ଟି ଟିମ ଭାଗ ନିଅନ୍ତି। ଏଥର ଅଲମ୍ପିକ ଚମ୍ପିଅନ ଆର୍ଜେଣ୍ଟିନା, ବିଶ୍ୱର ୧ ନମ୍ବର ଟିମ୍‌ ଅଷ୍ଟ୍ରେଲିଆ, ବେଲଜିୟମ, ଆୟୋଜକ ନେଦରଲାଣ୍ଡ, ଭାରତ ଓ ପାକିସ୍ତାନ ଖେଳୁଛନ୍ତି।

ଭାରତକୁ ଆଜି ପାକିସ୍ତାନ ସହିତ ମ୍ୟାଚ ଖେଳିବାର ଅଛି। ଏହା ପରେ ଅର୍ଜେଣ୍ଟିନା(ଜୁନ ୨୪), ଅଷ୍ଟ୍ରେଲିଆ(ଜୁନ ୨୭), ବେଲଜିୟମ(ଜୁନ ୨୮) ଓ ଜୁନ ୩୦ରେ ନେଦରଲାଣ୍ଡ ସହିତ ଖେଳିବାକୁ ଅଛି। ଭାରତ ବିଶ୍ୱ ର‍୍ୟାଙ୍କିଙ୍ଗରେ ୬ଷ୍ଠ ସ୍ଥାନରେ ଥିବା ବେଳେ ପାକିସ୍ତାନ ୧୩ତମ ସ୍ଥାନରେ ଅଛି କିନ୍ତୁ ଯେତେବେଳେ ମୁହାଁମୁହିଁ ହୁଅନ୍ତି, ରେକର୍ଡ ସମକକ୍ଷ ଭଳି ଜଣାପଡ଼ିଥାଏ। ବିଗତ କିଛି ଦିନର ରେକର୍ଡ ଦେଖିଲେ ପାକିସ୍ତାନ ଅପେକ୍ଷା ଭାରତୀୟ ଟିମ୍‌ ଶକ୍ତିଶାଳୀ ଅନୁମାନ ହେଉଛି।

 

ସମ୍ବନ୍ଧିତ ଖବର