ଜାତୀୟ ଯୁଦ୍ଧ ସ୍ମାରକୀ ବୁ‌ଲିଲେ ଭାରତୀୟ ହକି ଦଳ

ନୂଆଦିଲ୍ଲୀ : ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ଭାରତୀୟ ପୁରୁଷ ହକି ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଫେରିବା ପରେ ଏଠାରେ ଜାତୀୟ ଯୁଦ୍ଧ ସ୍ମାରକୀ ସହିତ ବୀର୍‌ତା ଚକ୍ର, ତ୍ୟାଗ ଚକ୍ର ଓ ପରମ ‌ଯୋଦ୍ଧା ସ୍ଥଳ ପରିଦର୍ଶନ କରିଥିଲେ। ତ୍ୟାଗ ଚକ୍ର‌ ଦେଖି କିଛି ସଦସ୍ୟ କହିଛନ୍ତି ଯେ ୨୬,୦୦୦ରୁ ଅଧିକ ସହିଦଙ୍କ ନାମ ଏଠାରେ ଦେଖିବା ଆମ ପାଇଁ ଗର୍ବର ମୁହୂର୍ତ୍ତ। ସେମାନେ କାର୍ଗିଲ ଯୁଦ୍ଧରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ଅଭିବାଦନ ଜଣାଇଥିଲେ। ଏହାପରେ ସେଠାରେ ଗୁରୁତ୍ବପୂର୍ଣ୍ଣ ମୂର୍ତ୍ତି ଦେଖିଥିଲେ। ଏସବୁ ଦେଖି ଆମକୁ ସହିଦଙ୍କ ବିଷୟରେ ଅନେକ ସୂଚନା ଓ ଜ୍ଞାନ ମିଳିଛି ବୋଲି ଅଧିନାୟକ ମନ୍‌ପ୍ରୀତ ସିଂହ କହିଥିଲେ।

ସମ୍ବନ୍ଧିତ ଖବର