ନୂଆଦିଲ୍ଲୀ: ବେଲଜିୟମର ଅନ୍ତ୍ୱେର୍ପଠାରେ ଚଳିତ ମାସ ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୨୩ ବର୍ଷରୁ କମ୍ ଷଡ଼ରାଷ୍ଟ୍ରୀୟ କନିଷ୍ଠ ହକି ପ୍ରତିଯୋଗିତା ଲାଗି ସୋମବାର ଭାରତୀୟ ଦଳ ଘୋଷିତ ହୋଇଛି। ଓଡ଼ିଶା ହକିର ଉଦୀୟମାନ ତାରକା ଦୀପସାନ୍ ତିର୍କି ୧୮ ଜଣିଆ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ହାର୍ଦିକ ସିଂହ ଉପଅଧିନାୟକ ପଦ ପାଇଛନ୍ତି। ଦୀପସାନ୍ ବରିଷ୍ଠ ଦଳର ପ୍ରତିନିଧିତ୍ୱ କରିବା ସହ ଆଗରୁ ମଧ୍ୟ କନିଷ୍ଠ ଦଳର ନେତୃତ୍ୱ ନେଇ ସାରିଛନ୍ତି। ଗତବର୍ଷ ବରିଷ୍ଠ ଦଳରେ ସ୍ଥାନ ପାଇ ସେ ଏସିଆ କପ୍ ଜିତିବାର ସୌଭାଗ୍ୟ ଲାଭ କରିଥିଲେ। ୨୦୧୬ ଲକ୍ଷ୍ନୌ କନିଷ୍ଠ ବିଶ୍ୱକପ୍ ଜିିତିଥିବା ଭାରତୀୟ ଦଳର ଦୀପସାନ୍ ଉପ ଅଧିନାୟକ ଥିଲେ। ସୁନ୍ଦରଗଡ଼ର ସାଉନାମରା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଦୀପସାନ୍ ୨୦୦୯ରେ ରାଉରକେଲା କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେଇଥିଲେ। ୨୦୧୪ ସୁଲତାନ ଜୋହର କପ୍ ହକି ପ୍ରତିଯୋଗିତାରେ ସେ ପ୍ରଥମ ଥର ପାଇଁ ଭାରତୀୟ କନିଷ୍ଠ ଦଳରେ ସ୍ଥାନ ପାଇଥିଲେ। ୨୦୧୬ରେ ୟୁରେସିଆ କପ୍ ଜିତିଥିବା ଭାରତୀୟ କନିଷ୍ଠ ଦଳର ସେ ଅଧିନାୟକ ଥିଲେ। ଓଡ଼ିଶା ହକିର ଅନ୍ୟ ଦୁଇ ପ୍ରତିଭାବାନ ଖେଳାଳି ନୀଲମ ସଂଜୀବ ଖେସ୍ ଏବଂ ଶିଳାନନ୍ଦ ଲାକ୍ରା ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ ଦଳ ଏହି ପ୍ରତିଯୋଗିତାରେ ଆୟର୍ଲାଣ୍ଡ, ଗ୍ରେଟ୍ ବ୍ରିଟେନ୍, ବେଲଜିୟମ, କାନାଡା ଓ ନେଦରଲାଣ୍ଡ ବିପକ୍ଷରେ ମୋଟ ପାଞ୍ଚଟି ରାଉଣ୍ଡ ରବିନ୍ ମ୍ୟାଚ୍ ଖେଳିବ। ଏହା ପରେ ଶ୍ରେଷ୍ଠ ଦୁଇଟି ଦଳ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଅନ୍ୟ ଦଳଗୁଡ଼ିକ ତୃତୀୟରୁ ପଞ୍ଚମ ସ୍ଥାନ ପାଇଁ ଲଢ଼େଇ କରିବେ।
ଭାରତୀୟ ଦଳ: ଗୋଲ ରକ୍ଷକ-ପଙ୍କଜ କୁମାର ରଜକ, ପ୍ରଶାନ୍ତ କୁମାର ଚୌହ୍ଵାନ। ରକ୍ଷଣଭାଗ: ଦୀପସାନ୍ ତିର୍କି, ନିଲମ ସଂଜୀବ ଖେସ୍, ପ୍ରଦୀପ ସିଂହ, ମନଦୀପ ମୋର, ସୋମଜିତ, ମହମ୍ମଦ ଫରାଜ। ମଧ୍ୟଭାଗ: ହାର୍ଦିକ ସିଂହ, ଧରମବୀର ସିଂହ, ରାଜ କୁମାର ପାଲ, ବିଶାଳ ଆନ୍ତିଲ। ଅଗ୍ରଭାଗ: ଶିଳାନନ୍ଦ ଲାକ୍ରା, ଅଭିଷେକ, ଅଭରାନ ସୁଦେବ ବେଲିମାଗା, ମହମ୍ମଦ ରାହିଲ ମୌସିନ, ମହମ୍ମଦ ଉମର।
ଦୀପସାନ୍ ଭାରତୀୟ କନିଷ୍ଠ ହକି ଦଳ ଅଧିନାୟ କଶିଳାନନ୍ଦ ଓ ସଂଜୀବ ସାମିଲ
/sambad/media/post_attachments/wp-content/uploads/2018/07/Dipsan-Tirkey-1.jpg)