ଲଣ୍ଡନ୍: ବିଶ୍ବକପ୍ରେ ଭାରତୀୟ ଦଳର ଜର୍ସି ସବୁବେଳେ ଚର୍ଚାରେ ରହି ଆସିଛି। ବିଶେଷ କରି ୧୯୯୨ ମସିହାରୁ ରଙ୍ଗୀନ ଜର୍ସିରେ ଦିନିକିଆ ବିଶ୍ବକପ୍ ଖେଳାଯାଉଥିବା ବେଳେ ଭାରତୀୟ ଜର୍ସି ଆକର୍ଷଣରେ ରହିଛି। ପୂର୍ବ ୪ ସଂସ୍କରଣ ଧଳା ପୋଷାକରେ ଖେଳାଯାଇଥିଲା। ୧୯୯୨ ମସିହାରେ ମହମ୍ମଦ ଆଝାରୁଦ୍ଦିନଙ୍କ ଦଳ ପ୍ରଥମ ଥର ରଙ୍ଗୀନ ପୋଷାକରେ ବିଶ୍ବକପ୍ ଖେଳିବା ପରଠାରୁ ଗାଢ଼ ନୀଳ ଭାରତୀୟ ଦଳର ଅଂଶବିଶେଷ ରହି ଆସିଛି। ଭାରତୀୟ ପୋଷାକ ମଧ୍ୟ ପ୍ରଶଂସକମାନଙ୍କୁ ବେଶ ପସନ୍ଦ ଆସୁଥିବାରୁ ଏହାର ଏକ ବୃହତ ବଜାର ସୃଷ୍ଟି ହୋଇଥାଏ। ଧଳା ରଙ୍ଗ ପୋଷାକରେ କପିଳ ଦେବ ୧୯୮୩ରେ ଭାରତକୁ ବିଶ୍ବ ବିଜେତା କରାଇଥିଲା ବେଳେ ରଙ୍ଗୀନ ପୋଷାକରେ ମହେନ୍ଦ୍ର ସିଂହ ଧୋନି ୨୦୧୧ରେ ବିଶ୍ବ ବିଜେତା କରାଇଥିଲେ। ଫଟୋରେ ୧୯୭୯ ମସିହାଠାରୁ ଆରମ୍ଭ କରି ଚଳିତ ବିଶ୍ବକପ୍ ପର୍ଯ୍ୟନ୍ତ ଭାରତୀୟ ପୋଷାକର କ୍ରମବିକାଶକୁ ଏବର ପ୍ରଶଂସକ ନଜର ପକାଇପାରିବେ।
ଭାରତୀୟ ଜର୍ସିର କ୍ରମବିକାଶ
/sambad/media/post_attachments/wp-content/uploads/2019/05/Untitled-7-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)