ଭାରତୀୟ କନିଷ୍ଠ ମହିଳା ହକି ଦଳର ସଫଳ ଆୟର୍ଲାଣ୍ଡ୍‌ ଗସ୍ତ: ଶେଷରେ ୩-୧ ବିଜୟ

ଡବ୍‌ଲିନ୍‌: ଭାରତୀୟ କନିଷ୍ଠ ମହିଳା ହକି ଦଳ ଗୁରୁବାର ସଫଳତାର ସହ ଆୟର୍ଲାଣ୍ଡ୍‌ ଗସ୍ତ ଶେଷ କରିଛି। ଏହି ଗସ୍ତ ଅବସରରେ କାଣ୍ଟର ଫିଜ୍‌ଗେରାଲ୍‌ଡ ୨୧ ବର୍ଷରୁ କମ୍‌ ଆନ୍ତର୍ଜାତୀୟ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତାରେ ବିଜେତା ହେବା ପରେ ଆୟର୍ଲାଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍‌କୁ ୩-୧ ଗୋଲ୍‌ରେ ଜିତି ନେଇଛି। ଭାରତ ପାଇଁ ଲାଲ୍‌ରିନ୍ଦିକା ପେନାଲ୍‌ଟି କର୍ନରରୁ ପ୍ରଥମ ଗୋଲ୍‌ କରିଥିଲା ବେଳେ ଅନ୍ୟ ଏକ ପେନାଲ୍‌ଟି କର୍ନର ଜରିଆରେ ଈଶିକା ଚୌଧୁରୀ ଦ୍ବିତୀୟ ଗୋଲ୍‌ କରିଥିଲେ। ଫଳରେ ଭାତର ପ୍ରଥମାର୍ଧ ସୁଦ୍ଧା ୨-୦ର ଅଗ୍ରଣୀ ପାଇଥିଲା। ଆୟର୍ଲାଣ୍ଡ୍‌ ତା’ର ଏକମାତ୍ର ଗୋଲ୍‌ ପେନାଲ୍‌ଟି କର୍ନରରୁ ପାଇଥିଲା ବେଳେ ଶେଷରେ ମମ୍‌ତାଜଙ୍କ ଗୋଲ୍‌ ଭାରତକୁ ୩-୧ର ବିଜୟ ଭେଟି ଦେଇଥିଲା। ସଫଳ ଆୟର୍ଲାଣ୍ଡ ଗସ୍ତ ଶେଷ କରିବା ପରେ ଭାରତୀୟ ଦଳ ଏବେ ବେଲାରୁଷ ଯାତ୍ରା କରିବ। ବେଲାରୁଷ ଗସ୍ତରେ ଆସନ୍ତା ୯ ତାରିଖରୁ ଶୃଙ୍ଖଳା ଖେଳିବ।

ସମ୍ବନ୍ଧିତ ଖବର