ଭାରତୀୟ କନିଷ୍ଠ ହକି ଦଳର ହ୍ୟାଟ୍ରିକ୍‌ ବିଜୟ

ବେଙ୍ଗାଲୁରୁ: ଚଳିତ ମାସରେ ବେଲ୍‌ଜିୟମ୍‌ ଗସ୍ତ ପୂର୍ବରୁ ଭାରତୀୟ କନିଷ୍ଠ ହକି ଦଳ ବାଂଲାଦେଶ ବିପକ୍ଷ ଅଭ୍ୟାସରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି। ବାଂଲାଦେଶ ବରିଷ୍ଠ ଦଳ ସହ ଅଭ୍ୟାସ ମ୍ୟାଚ୍‌ ଖେଳୁଥିବା ଭାରତ ପ୍ରଥମରେ ୪-୦ ଓ ଦ୍ୱିତୀୟରେ ୬-୦ ବିଜୟ ପାଇଥିଲା ବେଳେ ସୋମବାର ତୃତୀୟ ମ୍ୟାଚ୍‌କୁ ୬-୩ ଗୋଲ୍‌ରେ ଜିତିନେଇଛି। ରାଜ୍‌ କୁମାର ପାଲ୍‌ ( ୩ ମିନିଟ୍‌), ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା (୧୯ ମିନିଟ୍‌), ମହମ୍ମଦ ଉମର୍‌ (୨୨ ମିନିଟ୍‌), ମନ୍‌ଦୀପ୍‌ ମୋର୍‌ (୩୩ ମିନିଟ୍‌), ହାର୍ଦିକ୍‌ ସିଂହ (୪୬ ମିନିଟ୍‌) ଓ ଅଭିଷେକ (୪୮ ମିନିଟ) ଭାତର ପାଇଁ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ବାଂଲାଦେଶ ପକ୍ଷରୁ ମହମ୍ମଦ ଅସ୍ରଫୁଲ୍‌ ଇସ୍‌ଲାମ୍‌ (୪୯ ମିନିଟ୍‌) ଓ ମହମ୍ମଦ ମେହବୁବ୍‌ ହୋସେନ୍‌ (୫୩ ମିନିଟ୍‌) ଦୁଇଟିସ ଗୋଲ୍‌ ଶୁଝି ଦେଇଥିଲେ।

ସମ୍ବନ୍ଧିତ ଖବର