ଭୁବନେଶ୍ବର: ଆୟର୍ଲାଣ୍ଡରେ ହେବାକୁଥିବା କାଣ୍ଟର ଫିଜ୍ଗେରାଲଡ ୨୧ ବର୍ଷରୁ କମ୍ ମହିଳା ଚତୁଃରାଷ୍ଟ୍ରୀୟ ହକି ପ୍ରତିଯୋଗିତା ସହ ବେଲାରୁଷ ବିପକ୍ଷ ଶୃଙ୍ଖଳା ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି। ଏହି ୧୮ ଜଣିଆ ଦଳରେ ଓଡ଼ିଶାର ଦୁଇ ମଧ୍ୟଭାଗ ଖେଳାଳି ମାରିଆନା କୁଜୁର ଏବଂ ଅଜ୍ମିନା କୁଜୁରଙ୍କୁ ସ୍ଥାନ ମିଳିଛି। ଦଳର ନେତୃତ୍ବ ଭାର ସୁମନ ଦେବୀ ଥୌଡାମଙ୍କୁ ମିଳିଥିଲା ବେଳେ ଗଗନଦୀପ କୌର ଉପଅଧିନାୟିକା ରହିଛନ୍ତି। ମେ ୩୧ରୁ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ଡବ୍ଲିନ୍ରେ ହେବାକୁଥିବା ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାରତ ସହ ଆୟୋଜକ ଆୟର୍ଲାଣ୍ଡ, କାନାଡା ଏବଂ ସ୍କଟଲାଣ୍ଡ ଭାଗନେବେ। ଏହି ପ୍ରତିଯୋଗିତା ପୂର୍ବରୁ ଭାରତ ୨୮ ତାରିଖରେ ଆୟର୍ଲାଣ୍ଡ ଜାତୀୟ ଦଳ ସହ ଏବଂ ୨୯ ତାରିଖରେ କାନାଡା ଜାତୀୟ ଦଳ ସହ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ। ପୁଣି ଚତୁଃରାଷ୍ଟ୍ରୀୟ ଶୃଙ୍ଖଳା ଶେଷରେ ଜୁନ୍ ୬ ତାରିଖରେ ଆୟର୍ଲାଣ୍ଡ୍ ଜାତୀୟ ଦଳ ସହ ଗୋଟିଏ ମ୍ୟାଚ୍ ଖେଳି ବେଲାରୁଷ ଗସ୍ତ କରିବ। ବେଲାରୁଷରେ ଜୁନ୍ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ବେଲାରୁଷର ବରିଷ୍ଠ, କନିଷ୍ଠ ଏବଂ ବିକାଶିତ ଦଳ ସହ ୫ ମ୍ୟାଚ୍ ଖେଳିବ।
ଭାରତୀୟ ଦଳ: ବିଚୁ ଦେବୀ ଖାରିବାମ, ଖୁସ୍ବୁ (ଗୋଲ୍ରକ୍ଷିକା), ଈଶିକା ଚୌଧୁରୀ, ସୁମନ ଦେବୀ ଥୌଡ଼ାମ (ଅଧିନାୟିକା), ପ୍ରିୟଙ୍କା, ମହିମା ଚୌଧୁରୀ, ସିମ୍ରନ ସିଂହ, ଗଗନଦୀପ କୌର (ରକ୍ଷଣ ଭାଗ), ପ୍ରୀତି, ମାରିଆନା କୁଜୁର, ଚେତ୍ନା, ଅଜମିନା କୁଜୁର, ବଲଜୀତ କୌର (ମଧ୍ୟଭାଗ), ମମତାଜ ଖାନ୍, ବିଉଟି ଡୁଙ୍ଗ୍ଡୁଙ୍ଗ୍, ଶର୍ମିଳା ଦେବୀ, ରୀତ, ଲାଲରିନ୍ଦିକି (ପୂରୋଭାଗ)।
ଭାରତୀୟ କନିଷ୍ଠ ହକି ଦଳରେ ଓଡ଼ିଶାରୁ ୨
/sambad/media/post_attachments/wp-content/uploads/2019/05/2odia-girl-inhockey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)