୩ୟ ଟେଷ୍ଟ : ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୫୬ ରନରେ ୪ଟି ଓ୍ବିକେଟ ହରାଇଲା

ଲିଡସ୍ : ଲିଡସର ହେଡିଙ୍ଗଲେ ଷ୍ଟାଡିୟମଠାରେ ଆଜି ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଦଳ ୫୬ ରନରେ ୪ ଓ୍ବିକେଟ ହରାଇଛି ।

ଭାରତର ଅଧିନାୟକ ବିରାଟ କୋହଲି ଆଜି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳ ପକ୍ଷରୁ ରୋହିତ ଶର୍ମା ଓ କେଏଲ ରାହୁଲ ବ୍ୟାଟିଂ ଆରମ୍ଭ କରିଥିଲେ । କିନ୍ତୁ ରାହୁଲ ଖାତା ଖୋଲିବା ପୂର୍ବରୁ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଯାଇଥିଲେ । ତାଙ୍କ ପଛରେ ଆସିଥିବା ଚେତେଶ୍ବର ପୂଜାରା ଓ ବିରାଟ କୋହଲି ଯଥାକ୍ରମେ ୧ ଓ ୭ ରନ କରି ଆଉଟ ହୋଇଥିଲେ । ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ କିଛି ସମୟ କ୍ରିଜରେ ଛିଡ଼ା ହୋଇଥିଲେ ବି ମାତ୍ର ୧୮ ରନ କରି ରବିନସନଙ୍କ ବଲରେ ଆଉଟ ହୋଇଥିଲେ । ଆଶ୍ଚର୍ଯ୍ୟ କଥା ହେଉଛି, ଏହି ୪ଜଣ ଭାରତୀୟ ବ୍ୟାଟ୍ସମ୍ୟାନ ଜସ୍ ବଟଲରଙ୍କ ହାତରେ ଧରା ପଡ଼ି ଆଉଟ ହୋଇଥିଲେ ।

ଇଂଲଣ୍ଡର ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ ୩ଟି ଓ ରବିନସନ ଗୋଟିଏ ଓ୍ବିକେଟ ନେଇଛନ୍ତି । କ୍ରିଜରେ ଏବେ ରୋହିତ ଶର୍ମା ୧୫ ରନ କରି ଖେଳୁଛନ୍ତି ।

 

ସମ୍ବନ୍ଧିତ ଖବର