ଅଲିମ୍ପିକ୍ସ ମହିଳା ହକି : ଭାରତକୁ ୨-୧ରେ ହରାଇ ଫାଇନାଲରେ ଆର୍ଜେଣ୍ଟିନା

ଟୋକିଓ : ଟୋକିଓ ଅଲିମ୍ପିକ୍ସ ମହିଳା ହକି ସେମି ଫାଇନାଲରେ ଆର୍ଜେଣ୍ଟିନା ଭାରତକୁ ୨-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଲଢୁଆ ପ୍ରଦର୍ଶନ କରିବା ସତ୍ତ୍ବେ ଭାରତୀୟ ଦଳ ନିରାଶ ହୋଇଛି । ତେବେ ଭାରତ ପାଇଁ ବ୍ରୋଞ୍ଜ ପଦକ ବିକଳ୍ପ ଖୋଲା ରହିଛି । ବ୍ରୋଞ୍ଜ ପଦକ ପାଇଁ ଭାରତ ଓ ଗ୍ରେଟ ବ୍ରିଟେନ ମଧ୍ୟରେ ମୁକାବିଲା ହେବ ।

ମ୍ୟାଚ ଆରମ୍ଭ ହେବାର ମାତ୍ର ଦେଢ ମିନିଟ୍ ମଧ୍ୟରେ ଭାରତୀୟ ଦଳ ଗୋଟିଏ ଗୋଲ୍ ଦେଇ ୧-୦ରେ ଆଗୁଆ ରହିଥିଲା । କିନ୍ତୁ ଏହାର କିଛି ସମୟପରେ ଆର୍ଜେଣ୍ଟିନା ଦଳ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରି ସ୍କୋରକୁ ୧-୧କୁ ଆଣିଥିଲା । ମ୍ୟାଚର ୩ୟ କ୍ବାର୍ଟରରେ ଆର୍ଜେଣ୍ଟିନାର ମାରିଆ ନୋଏଲ ବାରିଓନୁଭୋ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରି ଆର୍ଜେଣ୍ଟିନାକୁ ୨-୧ରେ ଆଗୁଆ କରିଥିଲେ ।

ମହିଳା ହକିର ପ୍ରଥମ ସେମି ଫାଇନାଲରେ ନେଦରଲାଣ୍ଡସ ଦଳ ଗ୍ରେଟ୍ ବ୍ରିଟେନକୁ ୫-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଫାଇନାଲ ମ୍ୟାଚ ଆସନ୍ତା ଶୁକ୍ରବାର ଦିନ ନେଦରଲାଣ୍ଡସ୍ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ ।

 

ସମ୍ବନ୍ଧିତ ଖବର