ଇଫୋନ୍‌(ମାଲେସିଆ): ଭାରତୀୟ ପୁରୁଷ ହକି ଟିମ୍‌ ଶନିବାର ଆୟାରଲାଣ୍ଡକୁ ୪-୧ରେ ପରାସ୍ତ କରିବା ସହିତ ମାଲେସିଆ ଅଭିଯାନ ଶେଷ କରିଛି। ଇଫୋନ୍‌ ଠାରେ ଖେଳାଯାଇଥିବା ‘ସୁଲତାନ୍‌ ଆଜଲାନ୍‌ ଶାହା କପ୍‌’ର ୫ମ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତ ପକ୍ଷରୁ ବରୁଣ କୁମାର ୫ ଓ ୩୨ ମିନିଟରେ ଗୋଲ ଦେଇଥିବା ବେଳେ ଶୈଳାନନ୍ଦ ଲାକ୍ରା ୨୮ ମିନିଟରେ ଗୋଲ ଦେଇଥିଲେ। ସେହିପରି ଗୁରଜନ୍ତ ସିଂହ ୩୭ ମିନିଟରେ ଗୋଲ ଦେଇଥିଲେ। ସେହିଭଳି ଆୟାରଲାଣ୍ଡ ପକ୍ଷରୁ ଜୁଲିଆନ୍‌ ଡାଲେ ୪୮ ମିନିଟରେ ଗୋଲ ଦେଇଥିଲେ।

Advertisment

ଭାରତ ଆକ୍ରମଣାତ୍ମକ ଶୈଳୀରେ ମ୍ୟାଚ୍‌ ଆରମ୍ଭ କରିଥିଲା। ମାତ୍ର ୫ ମିନିଟ ଭିତରେ ପଛକୁ ପଛ ପେନାଲଟି କର୍ଣ୍ଣର ମାରିବାକୁ ସୁଯୋଗ ପାଇଥିଲା। ଭାରତର ସମରଜୀତ ସିଂହ ଏକ ଗୋଲ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ବିପକ୍ଷ ଟିମ୍‌ର ଗୋଲ କିପର ଏହାକୁ ଅଟକାଇ ଦେଇଥିଲେ। କିନ୍ତୁ ଅଳ୍ପ ସମୟ ପରେ ବରୁଣ କୁମାର ୫ ମିନିଟ୍‌ରେ ଗୋଲ ଦେଇଥିଲେ। ଏହା ପରେ ଭାରତର ମନୋବଳ ବଢ଼ିଯାଇଥିଲା। ୨ୟ ହାଫ୍‌ରେ ଭାରତ ତା’ର ଶକ୍ତି ବଢ଼ାଇ ଦେଇଥିଲା।

publive-image

ଭାରତର ୨ୟ ଗୋଲରେ ନୀଲମ ସଞ୍ଜିପ୍‌ ଜେଜାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ନୀଲମ ବଲ୍‌ଟିକୁ ଶୈଲାନନ୍ଦ ଲାକ୍ରାକୁ ପାସ୍‌ କରିଥିଲେ। ଓଡ଼ିଶାର ସୁନ୍ଦରଗଡ଼ର ଯୁବକ ଏହି ସୁଯୋଗ ହାତ ଛଡ଼ା ନକରିବାକୁ ପୂର୍ବରୁ ମାନସିକ ରୂପରେ ପ୍ରସ୍ତୁତ ହୋଇଥିଲେ। ୩୨ ମିନିଟ୍‌ରେ ପେନାଲଟି ଗୋଲ ଦେଇ ଭାରତ ୩ୟ ହାଫ୍‌ ଆରମ୍ଭ କରିଥିଲା। ଭାରତ ପକ୍ଷରୁ ଗୁରଜନ୍ତ ସିଂହ ୩୭ ମିନିଟ ଗୋଲ ଦେଇଥିଲେ।