ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ମନପ୍ରୀତ ସିଂହଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ଘୋଷିତ, ସ୍ଥାନ ପାଇଲେ ଓଡ଼ିିଆ ଖେଳାଳି ଅମିତ ରୋହି ଦାସ
ନୂଆଦିଲ୍ଲୀ: ଏପ୍ରିଲ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ସମ୍ମାନଜନକ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଆଜି ଭାରତୀୟ ହକି ଦଳ ନାମ ଘୋଷଣା କରାଯାଇଛି। ପୁଲ-ବିରେ ପାକିିସ୍ତାନ, ମାଲେସିଆ, ଇଂଲଣ୍ଡ, େଓ୍ଵଲ୍ସ ସହିତ ସ୍ଥାନ ପାଇଥିବା ଭାରତୀୟ ଦଳ ଏପ୍ରିଲ ୭ ତାରିଖରୁ ତାର ଅଭିଯାନ ଆରମ୍ଭ କରିବ। ଏହି ଭାରତୟ ଦଳର ନେତୃତ୍ୱ ନେବେ ମିଡ୍ ଫିଲଡ୍ର ମନପ୍ରୀତ ସିଂହ । ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି।
ଘୋଷିତ ଭାରତୀୟ ଦଳ:
ଗୋଲକିପର- ଶ୍ରୀଜେଶ ପି ରବିନ୍ଦ୍ରନ, ସୁରଜ କରକେରା
ଡିଫେଣ୍ଡର: ରୁପିନ୍ଦର ପାଲ ସିଂହ, ହରମନପ୍ରୀତ ସିଂହ, ବରୁଣ କୁମାର, କୋଥାଜିତ ସିଂହ କଦଙ୍ଗବାମ, ଜୁରିନ୍ଦର ସିଂହ, ଅମିତ ରୋହିଦାସ,
ମିଡ୍ ଫିଲ୍ଡର: ମନପ୍ରୀତି ସିଂହ( ଅଧିନାୟକ), ଚିଙ୍ଗଲେନ୍ସନା ସିଂହ କଙ୍ଗୁଜାମ( ଉପଅଧିନାୟକ), ସୁମିତ, ବିବେକ ସାଗର ପ୍ରସାଦ
ଫରଓ୍ଵାର୍ଡ: ଆକଶଦୀପ ସିଂହ, ସୁନୀଲଏସ ଭିଟାଲଚାର୍ଯ୍ୟ, ଗୁରଜାନ୍ତ ସିଂହ ଓ ମନଦୀପ ସିଂହ।
Sambad is now on WhatsApp
Join and get latest news updates delivered to you via WhatsApp
ANNOUNCEMENT! Here are the 18 players selected for the Indian Men’s Hockey Team’s campaign for the prestigious Gold Coast 2018 XXI Commonwealth Games in Australia. The tournament will commence on 7th April. Read here for all details – https://t.co/L0YwBVZZDw#IndiaKaGame
— Hockey India (@TheHockeyIndia) March 13, 2018