ଶ୍ରୀଲଙ୍କାରେ ଭାରତୀୟ ଯୁବ ଦଳର ବିଜୟ ଜାରି

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଯୁବ (୧୯ ବର୍ଷରୁ କମ୍‌) ଦଳ ବିଜୟଧାରା ଜାରି ରଖିଛି। ଶ୍ରୀଲଙ୍କା ଯୁବ ଦଳ ବିପକ୍ଷରେ ଦୁଇ ଟିକିଆ ଟେଷ୍ଟ୍‍ ଶୃଙ୍ଖଳାକୁ ୨-୦ରେ ଜିତିଥିବା ଭାରତୀୟ ଦଳ ସୋମବାରଠୁ ଆରମ୍ଭ ହୋଇଥିବା ୫ ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ୬ ଓ୍ଵିକେଟରେ ଜିତି ନେଇଛି। ଫଳରେ ଏହି ଶୃଙ୍ଖଳାରେ ଭାରତ ୧-୦ରେ ଆଗ୍ରଣୀ ନେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୩୮.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୪୩ ରନ୍‌ କରିଥିଲା। ନିପୁନ ମାଲିଙ୍ଗା ୩୮ ଏବଂ ଅଧିନାୟକ ନିପୁନ ଧନଞ୍ଜୟ ପେରେରା ୩୩ ରନ୍‌ କରିଥିଲେ। ଭାରତ ପକ୍ଷରୁ ଅଜୟ ଦେବଗୌଡ଼ ୩ ଏବଂ ମୋହିତ ଜାଙ୍ଗରା, ୟାତିନ୍‌ ମଙ୍ଗଓ୍ଵାନୀ ଓ ଆୟୁଷ ବାଦୋନୀ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଭାରତ ୩୭.୧ ଓଭର୍‌ରେ ୪ ଓ୍ଵିକେଟ୍‌ ହରାଇ ମ୍ୟଚ୍‌ ଜିତି ନେଇଥିଲା। ଅନୁଜ ରାଓ୍ଵତ୍‌ (୫୦) ଅର୍ଧଶତକ ହାସଲ କରିଥିଲା ବେଳେ ସମୀର ଚୌଧୁରୀ ୩୧* ଏବଂ ଅଧିନାୟକ ଆର୍ଯ୍ୟନ୍‌ ଜୁଆଲ୍‌ ୨୦ ରନ୍‌ କରିଥିଲେ। ଦ୍ୱିତୀୟ ଦିନିକିଆ ଅଗଷ୍ଟ ୨ରେ ଖେଳାଯିବ।

ସମ୍ବନ୍ଧିତ ଖବର