ଭୁବନେଶ୍ବର: ଇଣ୍ଡିଆନ୍ ଓପନ୍ ସୁପର-୭୫୦ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଶାର ଋତାପର୍ଣ୍ଣ ପଣ୍ଡା ଓ ଶ୍ବେତାପର୍ଣ୍ଣା ପଣ୍ଡା ବିଜୟ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ସେଟ୍ ହାରି ୦-୧ରେ ପଛୁଆ ରହିବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଏହି ଦୁଇ ଓଡ଼ିଆ ଝିଅ ପ୍ରଥମ ରାଉଣ୍ଡ୍‌ରେ ଥାଇଲାଣ୍ଡର ପଥରିନ୍ ଅମ୍ବଶ୍ରୀସକୁଲ ଓ ସାରିସା ଜାନପେଗଙ୍କୁ ୭-୨୧, ୨୧-୧୯ ଓ ୨୧-୧୪ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ସେହିଭଳି ତନିଷା କ୍ରାଷ୍ଟୋ-ଅଶ୍ବିନୀ ପୋନାପ୍ପା ନିଜ ଦେଶର କାବ୍ୟା ଗୁପ୍ତା ଓ ରାଧିକା ଶର୍ମାଙ୍କୁ ୨୧-୧୧, ୨୧-୧୨ରେ ପରାସ୍ତ କରିଛନ୍ତି।

Advertisment

ଏକକରେ ଅନୁପମା ଉପାଧ୍ୟାୟ ଭାରତର ରକ୍ଷିତା ଶ୍ରୀଙ୍କୁ ୨୧-୧୭, ୨୧-୧୮ରେ ହରାଇ ଆଗକୁ ବଢ଼ିଛନ୍ତି। ମାଳବିକା ବଂଶୋଦ ଜୋରଦାର ଲଢ଼େଇ କରିବା ସତ୍ତ୍ବେ ବିଶ୍ବମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଚୀନର ହାନ୍ ୟୁଙ୍କଠାରୁ ହାରି ବିଦାୟ ନେଇଥିଲେ। ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ତଥା ଅଲିମ୍ପିକ୍ସ ବିଜୟିନୀ ଆନ୍ ସେ ୟଙ୍ଗ ୨୨-୨୦, ୨୧-୧୫ରେ ଚାଇନିଜ୍ ତାଇପେଇର ଚିୟୁ ପିନ୍ ଚିନଙ୍କୁ ହରାଇ ଚମତ୍କାର ଢଙ୍ଗରେ ନିଜ ଅଭିଯାନ ଆରମ୍ଭ କରିଛନ୍ତି।