ଗୌହାଟୀ: ୬ ଥରର ବିଶ୍ବ ବିଜୟିନୀ ଏମ୍ସି ମେରିକମ୍ ଏବଂ ଏଲ୍ ସରିତା ଦେବୀ ଇଣ୍ଡିଆ ଓପନ୍ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି। ଫଳରେ ଭାରତ ଏହି ପ୍ରତିଯୋଗିତାରେ ୧୮ରୁ ୧୨ ସ୍ବର୍ଣ୍ଣ ପଦକ ଜିତି ଅଭିଯାନ ଶେଷ କରିଛି। ଭାରତ ୪ ପୁରୁଷ (୫୧, ୮୧, ୯୧, ୯୧+ କେଜି) ଏବଂ ୩ ମହିଳା (୫୧, ୫୭, ୭୫ କେଜି) ବର୍ଗରେ ସବୁତକ ପଦକ ପୋଛି ନେଇଥିଲା। ଶୁକ୍ରବାର ଫାଇନାଲ୍ରେ ସରିତା (୬୦ କେଜି) ୩-୨ରେ ସିମ୍ରନଜିତ କୌରଙ୍କୁ ଏବଂ ମେରିକମ୍ (୫୧ କେଜି) ମିଜୋରାମର ଭାନ୍ଲାଲ ଦୁଆତିଙ୍କୁ ହରାଇ ସ୍ବର୍ଣ୍ଣ ଜିତିଥିଲେ। ମହିଳା ୫୧ କେଜିରେ ନିଖତ ଜରିନ୍ ଏବଂ ଜ୍ୟୋତି ତୃତୀୟରେ ରହି କାଂସ୍ୟ ପଦକ ପାଇଥିଲେ। ପୁରୁଷରେ ଅମିତ ପଙ୍ଘଲ (୫୨ କେଜି) ୪-୧ରେ ସଚିନ ସିୱାଚଙ୍କୁ ହରାଇ ସ୍ବର୍ଣ୍ଣ ଜିତିଥିଲା ବେଳେ ପିଏଲ୍ ପ୍ରସାଦ ଏବଂ ଗୌରବ ସୋଲାଙ୍କି କାଂସ୍ୟ ପାଇଥିଲେ। ପୁରୁଷରେ ଦୀପକ (୪୯ କେଜି), ଆଶିଷ (୬୪ କେଜି) ଏବଂ ମହିଳାରେ ଯମୁନା ବୋରୋ (୫୪ କେଜି), ନୀରଜ (୫୭ କେଜି) ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ପୁରୁଷ ୬୦ କେଜି ବର୍ଗ ଫାଇନାଲ୍ରେ ଦୁଇ ଭାରତୀୟ ଶିବ ଥାପ୍ପା ଓ ମନୀଷ କୌଶିକ୍ ଲଢିଥିଲା ବେଳେ ଥାପ୍ପା ସ୍ବର୍ଣ୍ଣ ପଦକ ବାଜି ମାରି ନେଇଥିଲେ। ମହିଳା ୭୫ କେଜିରେ ଭାଗ୍ୟବତୀ କଚାରୀ ସ୍ବର୍ଣ୍ଣ ଜିତିଥିଲେ।
ଇଣ୍ଡିଆନ୍ ଓପନ୍ ମୁଷ୍ଟିଯୁଦ୍ଧ: ସରିତା, ମେରିକମ୍ଙ୍କୁ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2019/05/Untitled-7-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)