ଇଣ୍ଡିଆନ୍‌ ଓପନ୍‌ ଗେଟ୍‌ ବଲ୍‌ ୨୨ରୁ

ଭୁବନେଶ୍ବର: ଭାରତୀୟ ଗେଟ୍‌ବଲ୍‌ ସଂଘ (ଆଇଜିୟୁ) ଆନୁକୂଲ୍ୟରେ ଚଳିତ ମାସ ୨୨ରୁ ୨୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଇଲେକ୍ଟ୍ରୋଷ୍ଟିଲ୍‌ କାଷ୍ଟିଙ୍ଗ୍ସ ଇଣ୍ଡିଆନ୍‌ ଓପନ୍‌ ଗେଟ୍‌ବଲ୍‌ ପ୍ରତିଯୋଗିତା ଆୟୋଜିତ ହେବ। ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଥାଇଲାଣ୍ଡ, ତାଇୱାନ୍‌ ଏବଂ ଇଣ୍ଡୋନେସିଆର ଖେଳାଳିମାନେ ଭାଗ ନେବେ। ରାଜ୍ୟ ଦଳ ମଧ୍ୟରେ ହରିଆନା, ଦିଲ୍ଲୀ, ଆସାମ, ପଞ୍ଜାବ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ତ୍ରିପୁରା ସହ ଓଡ଼ିଶାରୁ ୪ ଦଳ ଓଡ଼ିଶା ବରିଷ୍ଠ, ଓଡ଼ିଶା ସ୍କୁଲ୍‌ସ, ଓଡ଼ିଶା ବାଳିକା ଓ ଆଇଜିୟୁ ଅଂଶଗ୍ରହଣ କରିବେ। ମୋଟ ଉପରେ ଏଥିରେ ୧୬ ଦଳ ଦୁଇଟି ବର୍ଗ ଦଳଗତ ଓ ଯୁଗଳରେ ପ୍ରତିଦ୍ବନ୍ଦ୍ବିତା କରିବେ। ବି‌ଜେତା, ଉପବିଜେତାଙ୍କ ସହ ସେମିଫାଇନାଲି‌ଷ୍ଟ୍‌ଙ୍କୁ ଟ୍ରଫି ପ୍ରଦାନ କରାଯିବ। ଏଥିସହ ସମସ୍ତ ପ୍ରତିଯୋଗୀଙ୍କୁ ପମାଣପତ୍ର ଦିଆଯିବ। ପ୍ରତିଯୋଗିତାକୁ ସଫଳ କରିବା ଲାଗି ଏକ ଆୟୋଜକ ସମିତି ଗଠନ କରାଯାଇଛି। ଏଥିରେ ଦ୍ବୀପାୟନ ପଟ୍ଟନାୟକଙ୍କ ଅଧ୍ୟକ୍ଷ ଥିଲା ବେଳେ ବିଶ୍ବରଂଜନ ମିଶ୍ର ସମ୍ପାଦକ, ସତିଶ ପୃଷ୍ଟି କୋଷାଧ୍ୟକ୍ଷ ରହିଛନ୍ତି।

ସମ୍ବନ୍ଧିତ ଖବର