ଭୁବନେଶ୍ବର : କୋଭିଡ୍ ପାଇଁ ଆଗକୁ ବଢ଼ିପାରିନଥିବା ଇଣ୍ଡିଆନ୍ ଓପନ୍ ଗେଟ୍ବଲ୍ ପ୍ରତିଯୋଗିତା ପୁଣି ଫେରିବାକୁ ଯାଉଛି। ଇଣ୍ଡିଆନ୍ ଗେଟ୍ବଲ୍ ୟୁନିଅନ୍ (ଆଇଜିୟୁ) ଆୟୋଜିତ ଏହି ପ୍ରତିଯୋଗିତା ଚଳିତ ଜାନୁଆରି ୮ ଓ ୯ ତାରିଖରେ ଦୁଇ ଦିନ ଧରି କିଟ୍ ରଗ୍ବି ଷ୍ଟାଡିୟମ୍ରେ ଖେଳାଯିବ। ଏଥର ମୋଟ ୧୮ ଦଳ ଭାଗ ନେବେ। ଓଡ଼ିଶାର ୫ ଦଳ ସହିତ ଗୁଜରାଟ, ମଧ୍ୟପ୍ରଦେଶ, ତ୍ରିପୁରା, ପଶ୍ଚିମବଙ୍ଗ, ଜମ୍ମୁ କଶ୍ମିର, ହରିୟାଣା, ପଞ୍ଜାବ, ହିମାଚଳପ୍ରଦେଶ ଓ ବିହାରରୁ ଗୋଟିଏ ଲେଖାଏଁ ଦଳ ଅଂଶଗ୍ରହଣ କରିବେ।
କୋଭିଡ୍ର ପୁନଃ ସଂକ୍ରମଣ ସ୍ଥିତି କାରଣରୁ ଚୀନ, ତାଇୱାନ, ଥାଇଲାଣ୍ଡ ଓ ଜାପାନ ଆଦି ଦଳ ସମ୍ମତି ଦେଇଥିଲେ ମଧ୍ୟ ଶେଷ ମୁହୂର୍ତରେ ଓହରିଯାଇଛନ୍ତି ବୋଲି ଆଇଜିୟୁର ସଭାପତି ଦ୍ବିପାୟନ ପଟ୍ଟନାୟକ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସବୁ ବୟସବର୍ଗର ଖେଳାଳିଙ୍କ ପାଇଁ ଉନ୍ମୁକ୍ତ ଏହି ଖେଳ ବିଗତ ଦଶନ୍ଧିରେ ଓଡ଼ିଶାକୁ ଅନେକ ସଫଳତା ଦେଇଥିଲା। ଓଡ଼ିଶା ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ୨୦୦୯ ବିଶ୍ବ କ୍ରୀଡ଼ାରେ କ୍ବାର୍ଟରଫାଇନାଲ୍ ଉଠିଥିଲେ। ୨୦୧୦ରେ ଅଷ୍ଟ୍ରେଲିଆ ଓ ଇଣ୍ଡୋନେସିଆରେ, ୨୦୧୨ରେ ଥାଇଲାଣ୍ଡରେ ମଧ୍ୟ ସଫଳ ହୋଇ ପୋଡିୟମ୍ ଫିନିସ୍ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/1-Gateball-Press-Meet.jpg)