ଭୁବନେଶ୍ବର : କର୍ଣ୍ଣାଟକର ବେଲାରିରେ ଚାଲିଥିବା ଇଣ୍ଡିଆନ୍‌ ଓପନ୍‌ ଥ୍ରୋ ଓ ଜମ୍ପ ପ୍ରତିଯୋଗିତାରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍‌ ଆଥ୍‌ଲେଟିକ୍‌ ଏଚ୍‌ପିସିର ମନୀଷ‌ା ମେରେଲ ଓ ସ୍ବାଧୀନ ମାଝୀ ନିଜ ନିଜ ଇଭେଣ୍ଟ୍‌ରେ ରୌପ୍ୟ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ମହିଳା ଲମ୍ବ ଡିଆଁରେ ମନୀଷା ୫.୯୬ ମିଟର ଡେଇଁ ଦ୍ବିତୀୟ ସ୍ଥାନରେ ରହି ଏହି ପଦକ ଜିତିଥିଲେ। ଶୃତିଲକ୍ଷ୍ମୀ (୬.୧୧ ମିଟର) ଓ ଆର୍‌ ପୁନିତା (୫.୮୫ ମିଟର) ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନରେ ରହିଥିଲେ। ପୁରୁଷ ଉଚ୍ଚ ଡିଆଁରେ ସ୍ବ‌ାଧୀନ ୨.୦୮ ମିଟର ଡେଇଁ ଯୁଗ୍ମ ଦ୍ବିତୀୟ ସ୍ଥାନ ଅଧିକ‌ାର କରି ରୌପ୍ୟ ପଦକ ପାଇଥିଲେ। ସର୍ବେଶ ଅନିଲ କୁଶାରେ (୨.୨୪ ମିଟର) ସ୍ବର୍ଣ୍ଣ ଓ ଉଚ୍ଚଲ କୁମାର ରୟ (୨.୦୮ ମିଟର) ରୌପ୍ୟ ପାଇଥିଲେ। ଗୁରୁବାର ଓଡ଼ିଶାର କିଶୋର କୁମାର ଜେନା ୭୯.୨୩ ମିଟର ଜାଭ୍‌ଲିନ୍‌ ଫିଙ୍ଗି ମିଟ୍‌ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ।