ଆଇପିଏଲ୍‌ ୨୦୧୯: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ଲାଗିପାରେ ଝଟକା, ବାହାରି ପାରନ୍ତି ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୧୯ ମାତ୍ର ୧୦ ଦିନ ପରେ ଆରମ୍ଭ ହେବ। ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ଝଟକା ଲାଗିପାରେ। ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଶେଷ ପର୍ଯ୍ୟନ୍ତ ଖେଳିବା ନିଶ୍ଚିତ ହୋଇ ନାହିଁ। କାରଣ ଆଗକୁ ବିଶ୍ୱକପ୍‌ ଅଛି। ଆଇପିଏଲ୍‌ ମଧ୍ୟବର୍ତ୍ତୀ ସମୟରୁ ଭୁବନେଶ୍ୱର କୁମାର ବିଶ୍ରାମ ନେଇପାରନ୍ତି।

ଭାରତୀୟ ଟିମର ପ୍ରାୟ ଖେଳାଳି ଭିନ୍ନ ଭିନ୍ନ ଟିମ୍‌ରୁ ଖେଳିବେ। ଏଥର ସମସ୍ତ ଟିମ୍‌ର ଖେଳାଳି ଏବଂ ପ୍ରାୟୋଜକଙ୍କ ସମ୍ମୁଖରେ କାର୍ଯ୍ୟଭାର ମଧ୍ୟ ରହୁଛି। କାରଣ ଆଇପିଏଲ୍‌ ଶେଷ ହେବା ପରେ ଆଇସିସି ବିଶ୍ୱକପ୍‌ ଇଂଲଣ୍ଡରେ ଆରମ୍ଭ ହୋଇଯିବ। ଏଥି ପାଇଁ କୌଣସି ଟିମ୍‌ ଚାହିଁବ ନାହିଁ ଯେ, ତାଙ୍କର କୌଣସି ଖେଳାଳି ସମସ୍ୟାର ସମ୍ମୁଖୀନ ହେଉ।

ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଖେଳାଳିଙ୍କୁ ମଧ୍ୟ କିଛି ଦିଗରେ ସତର୍କ ରହିବାର ଅଛି। ଆଇପିଏଲ୍‌ର କାର୍ଯ୍ୟବ୍ୟସ୍ତତା ସୂଚୀ ମଧ୍ୟରେ ନିଜର ଫିଟ୍‌ନେସ୍‌କୁ ଭଲ ରଖିବାର ଆବଶ୍ୟକତା ରହିଛି। ସୂଚନାଯୋଗ୍ୟ ମେ’ ୩୦ରୁ ବିଶ୍ୱକପ୍‌ ଇଂଲଣ୍ଡ ଏବଂ ୱେଲସ୍‌ରେ ଆରମ୍ଭ ହେବ। ଏମିତି ଭାବରେ ଦେଖାଯାଇ ପାରିବ ଯେ, ଆଇପିଏଲ୍‌ ଶେଷ ଏବଂ ବିଶ୍ୱକପ୍‌ ଆରମ୍ଭ ହେବା ମଧ୍ୟରେ ଖେଳାଳି ମାନଙ୍କୁ କେତେ ଦିନ ବିଶ୍ରାମ ମିଳୁଛି।

ସମ୍ବନ୍ଧିତ ଖବର