ଇନ୍ଦୋର: ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ଦଳର ଦ୍ରୁତ ବୋଲିଂ ବିଭାଗକୁ ବିଶ୍ବର ସର୍ବଶ୍ରେଷ୍ଠ ବୋଲି କହିଛନ୍ତି। ସେ ଚାହୁଁଥିଲେ, ତାଙ୍କ ଦଳର ଦ୍ରୁତ ବୋଲର ପୂରା ବିଶ୍ବ କ୍ରିକେଟ୍ରେ ରାଜୁତି କରନ୍ତୁ। ଏବେ ଏହା ହିଁ ହେଉଛି ବୋଲି ବିରାଟ କହିଛନ୍ତି। ଯଶ୍ପ୍ରୀତ ବୁମ୍ରାଙ୍କ ନେତୃତ୍ବରେ ଭାରତୀୟ ଦ୍ରୁତ ବୋଲିଂ ବିଭାଗ ପାଖାପାଖି ଏକବର୍ଷ ହେବ ବହୁତ ଭଲ ପ୍ରଦର୍ଶନ କରିଆସୁଛି ଏବଂ ବିଶ୍ବର ବଡ଼ ବଡ଼ ବ୍ୟାଟ୍ସମ୍ୟାନ୍ଙ୍କୁ ଅସୁବିଧାରେ ପକାଇଛି। ବୁମ୍ରାଙ୍କ ବ୍ୟତୀତ ଭାରତ ପାଖରେ ମହମ୍ମଦ ସାମି, ଈଶାନ୍ତ ଶର୍ମା, ଭୁବନେଶ୍ବର କୁମାର ଓ ଉମେଶ ଯାଦବଙ୍କ ଭଳି ଦ୍ରୁତ ବୋଲର ରହିଛନ୍ତି। ଇନ୍ଦୋରରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ମଧ୍ୟ ଭାରତୀୟ ଦ୍ରୁତ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି। ସାମି ୩ ଏବଂ ଈଶାନ୍ତ ଓ ଉମେଶ ୨ ଲେଖାଏଁ ଵିକେଟ୍ ନେଇଛନ୍ତି। ଯାହାକି ବାଂଲାଦେଶ ପ୍ରଥମ ପାଳିକୁ ୧୫୦ ରନ୍ରେ ଅଟକାଇବାରେ ପ୍ରମୁଖ ଭୂମିକା ନେଇଛି ବୋଲି କୋହଲି କହିଛନ୍ତି।
ଭାରତର ଦ୍ରୁତ ବୋଲିଂ ବିଶ୍ବର ଶ୍ରେଷ୍ଠ: କୋହଲି
/sambad/media/post_attachments/wp-content/uploads/2019/11/download-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)