କଟକ: ଭାରତୀୟ ପୁଲିସ ହକି ଦଳରେ ପ୍ରଥମ ଥର ପାଇଁ ଓଡ଼ିଶା ପୁଲିସର ୩ଜଣ ସ୍ଥାନ ପାଇଛନ୍ତି। ରୋଶନ ବାହାଲା, ବିକାଶ ବାର୍ଲା ଓ ବିଜୟ ବାର୍ଲା ଭାରତୀୟ ଦଳରେ ସାମିଲ ହୋଇଥିଲା ବେଳେ ଓଡ଼ିଶା ପୁଲିସ ହକି ଦଳର ପ୍ରଶିକ୍ଷକ ବୀରେନ୍ଦ୍ର ଲାକ୍ରା ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ସର୍ବଭାରତୀୟ ପୁଲିସ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ ଆନୁକୂଲ୍ୟରେ ଗତ ୧୪ ତାରିଖରେ ପଞ୍ଜାବର ଜଳନ୍ଧରଠାରେ ଭାରତୀୟ ଦଳର ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ଉକ୍ତ ତିନିଜଣଙ୍କ ଦକ୍ଷତାକୁ ବିଚାରକୁ ନେଇ ଚୟନ ସମିତି ସେମାନଙ୍କୁ ଭାରତୀୟ ଦଳ ପାଇଁ ମନୋନୀତ କରିଛନ୍ତି। ଆସନ୍ତା ବର୍ଷ ଜାନୁଆରି ୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇରେ ଆୟୋଜିତ ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତାରେ ଭାରତୀୟ ଦଳ ଅ˚ଶଗ୍ରହଣ କରିବ। ଓଡ଼ିଶା ପୁଲିସର ଏହି ସଫଳତା ପାଇଁ ଡିଜି ଡକ୍ଟର ରାଜେନ୍ଦ୍ର ପସାଦ ଶର୍ମା ଶୁଭକାମନା ଜଣାଇଛନ୍ତ।
ଭାରତୀୟ ପୁଲିସ ହକି ଦଳରେ ଓଡ଼ିଶାରୁ ୩
/sambad/media/post_attachments/wp-content/uploads/2018/12/odisha-police-hockey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)