ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆସନ୍ତା ସଂସ୍କରଣ ପାଇଁ ସୂଚୀ ଜାରି ହୋଇଛି। ଚଳିତ ବର୍ଷ ଆଇପିଏଲ୍ ମାର୍ଚ୍ଚ ୨୯ରୁ ଆରମ୍ଭ ହେବ। ୧୩ତମ ସଂସ୍କରଣର ଉଦ୍ଘାଟନୀ ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ୪ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ୩ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଉଦ୍ଘାଟନୀ ମ୍ୟାଚ୍ର ପରବର୍ତ୍ତୀ ଦିନ ଅର୍ଥାତ ମାର୍ଚ୍ଚ ୩୦ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଦିଲ୍ଲୀରେ ମ୍ୟାଚ୍ ଖେଳାଯିବ।
/sambad/media/post_attachments/wp-content/uploads/2020/02/2020IPL_MATCH_SCHEDULE-1-724x1024.jpg)
ଅନ୍ତିମ ଲିଗ୍ ମ୍ୟାଚ୍ ମେ’ ମାସ ୧୭ ତାରିଖରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ବେଙ୍ଗାଲୁରୁ ଠାରେ ମ୍ୟାଚ୍ ଖେଳାଯିବ। ଏହାର ଗୋଟିଏ ଦିନ ପୂର୍ବରୁ (ମେ’ ୧୬) ଦିଲ୍ଲୀ ଟିମ୍ ପଞ୍ଜାବକୁ ମୋହାଲିରେ ଭେଟିବ।
/sambad/media/post_attachments/wp-content/uploads/2020/02/2020IPL_MATCH_SCHEDULE-2-724x1024.jpg)
ଏଥର ଶନିବାର ଦିନ ଗୁଡ଼ିକରେ ୨ଟି ଲେଖାଏଁ ମ୍ୟାଚ ଖେଳାଯିବ ନାହିଁ। ଏହି କାରଣରୁ ଚଳିତ ସଂସ୍କରଣର ଲିଗ ମ୍ୟାଚ୍ ୪୪ ଦିନ ବଦଳରେ ୫୦ ଦିନ ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ମୋଟ୍ ୫୬ଟି ମ୍ୟାଚ୍ ଖେଳାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/IPL.jpg)