ପ୍ଯାରିସ୍ : ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତୀୟ ସୁଟରମାନଙ୍କ ସଫଳତା ଜାରି ରହିଛି । ଅବନୀ ଲେଖରା ଓ ମୋନା ଅଗ୍ରୱାଲଙ୍କ ପରେ ମନୀଷ ନରୱାଲ ପଦକ ଜିତିବାରେ ସଫଳ ହୋଇଛନ୍ତି। ମନୀଷ ନରୱାଲ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଏସଏଚ୧ରେ ରୌପ୍ୟ ପଦକ ଜିତିଥିଲେ। ଏଭଳି ଭାବେ ପ୍ୟାରିସ୍ ପାରାଲିମ୍ପିକ୍ସରେ ଏପର୍ଯ୍ୟନ୍ତ ୪ଟି ପଦକ ଭାରତର ହାତରେ ଆସିଛି। ଆଜି ଭାରତୀୟ ପାରା ସୁଟର ଅବନୀ ଲେଖାରା ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହାବ୍ୟତୀତ ପ୍ରୀତି ପାଲ କାଂସ୍ୟ ପଦକ ଜିତିଛନ୍ତି।

Advertisment

ପ୍ୟାରିସ୍ ପାରାଲିମ୍ପିକ୍ସରେ ଅବନୀ ଲେଖରା ସ୍ବର୍ଣ୍ଣ ଜିଣିବା ପରେ ମନୀଷ ନରୱାଲ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି। ମୋନା ଅଗ୍ରୱାଲ ଓ ପ୍ରୀତି ପାଲ କାଂସ୍ୟ ପଦକ ଜିତିଛନ୍ତି।

ଟୋକିଓ ପାରାଲିମ୍ପିକ୍ସରେ ବି ମନୀଷ ନରୱାଲ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାପରେ ଏହି ସୁଟର ପି୪ ମିଶ୍ରିତ ୫୦ ମିଟର ପିସ୍ତଲ ଏସଏଚ-୧ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥିସହିତ ସେ ଏବେ ପ୍ୟାରିସ୍ ପାରାଲିମ୍ପିକ୍ସରେ ନିଜର ସଫଳତାର ପୁନରାବୃତ୍ତି କରିଛନ୍ତି।

ଆହୁରି ପଢନ୍ତୁ : ପ୍ରଥମ ତିନିମାସରେ ଦେଶର ଜିଡିପି ଅଭିବୃଦ୍ଧି ୬.୭%, ପୂର୍ବ ବର୍ଷ ତୁଳନାରେ କମିଲା

ମନୀଷ ନରୱାଲ ମୋଟ ୨୩୪.୯ ପଏଣ୍ଟ ହାସଲ କରିଥିଲେ। ସେହିପରି ଦକ୍ଷିଣ କୋରିଆର ଜନ୍ ଜୋଙ୍ଗଡୁ ୨୩୭.୪ ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚୀନର ସୁଟର ୟାଙ୍ଗ ଚାଓ ୨୧୪.୩ ପଏଣ୍ଟ ହାସଲ କରି ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲେ। ଏସଏଚ୧ ବର୍ଗରେ ସେହି ସୁଟର ମାନେ ରହିଥାନ୍ତି ଯେଉଁମାନଙ୍କର ଗୋଟିଏ ହାତ, କିମ୍ବା  ଗୋଡ଼ ଅଚଳ ଥାଏ କିମ୍ବା ସଂପୂର୍ଣ୍ଣଭାବେ ଗୋଡ଼ ନଥାଏ । ସେମାନେ ବସିବା ଅବସ୍ଥାରେ ବି ସୁଟିଂ କରିପାରିବେ ।

ଆହୁରି ପଢନ୍ତୁ : ନକ୍ସଲଙ୍କ ଅପେକ୍ଷା ରୋଗ ନେଉଛି ଅଧିକ ଯବାନଙ୍କ ଜୀବନ