ଭୁବନେଶ୍ବର: ଚଳିତ ମାସ ୨୫ରୁ ନଭମ୍ବେର ୧ ତାରିଖ ପର୍ଯ୍ୟନ୍ତ ଚୀନ୍ରେ ଆୟୋଜିତ ଷୋଡ଼ଶ ବିଶ୍ବ ସଫ୍ଟଟେନିସ୍ ପ୍ରତିଯୋଗିତା ପାଇଁ ଓଡ଼ିଶା ସଫ୍ଟଟେନିସ୍ ସଂଘର ସାଧାରଣ ସଂପାଦକ ମହମ୍ମଦ ଆଜାମ୍ ଭାରତୀୟ ଦଳର ପ୍ରଶିକ୍ଷକ ମନୋନୀତ ହୋଇଛନ୍ତି। ତାଙ୍କ ସହିତ ଓଡ଼ିଶା ସଂଘର ସଭାପତି ବିକାଶ ଚନ୍ଦ୍ର ପଟ୍ଟନାୟକ ଅଫିସିଆଲ ଭାବେ ଦଳ ସହ ଯୋଡ଼ି ହୋଇଛନ୍ତି। ମଙ୍ଗଳବାର ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଉଭୟେ ଚୀନ୍ ଅଭିମୁଖେ ଯାତ୍ରା କରିଛନ୍ତି। ଉଭୟଙ୍କୁ ଓଡ଼ିଶା ସଫ୍ଟଟେନିସ୍ ସଂଘର ମୁଖ୍ୟ ପୃଷ୍ଠପୋଷକ ମନୋରଞ୍ଜନ ମହାନ୍ତି, ଅଧ୍ୟକ୍ଷ ରଞ୍ଜନ କୁମାର ନନ୍ଦ, କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଉପସଭାପତି ଦିଲ୍ଲୀପ କୁମାର ମହାନ୍ତି, କ୍ରୀଡ଼ା ସଂଗଠକ ନବରଞ୍ଜନ ପଟ୍ଟନାୟକ, ରିଣ୍ଟୁ ମିତ୍ର, ନିଳମାଧବ ଦେଓ, କୃଷ୍ଣଚରଣ ପଣ୍ଡା, ସୋଭନ ମହାରଣା, ଚିନ୍ମୟ କୁମାର ଦାସ, ସତୀଶ କୁମାର ବିଶ୍ବକର୍ମା, ବାସୁଦେବ ଓଝା, ବଦ୍ରି ନାରାୟଣ ପାତ୍ର ପ୍ରମୁଖ ଶୁଭଚ୍ଛୋ ଜଣାଇଛନ୍ତି।
ଭାରତୀୟ ସଫ୍ଟ ଟେନିସ୍ ଦଳର ପ୍ରଶିକ୍ଷକ ହେଲେ ଆଜାମ୍
/sambad/media/post_attachments/wp-content/uploads/2019/10/sdgsfgsf1g4sf879gsf89gsgsdgsgsdgdgssssssssssssssssssss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)