ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଓ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ଜାଦେଜା

ମୁମ୍ବାଇ : ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଓ ଇଂଲଣ୍ଡ ଗସ୍ତ ପାଇଁ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ଘୋଷଣା କରାଯ଼ାଇଛି । ଭାରତୀୟ ଟେଷ୍ଟ ଦଳକୁ  ରବିନ୍ଦ୍ର ଜାଦେଜା ଫେରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ବାଦ ପଡ଼ିଛନ୍ତି ।

ଅଙ୍ଗୁଳିରେ ଆଘାତ କାରଣରୁ ଜାଦେଜା ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ବାଦ ପଡ଼ିଥିଲେ । ଏହା  ସହିତ ସେ ଇଂଲାଣ୍ଡ ବିପକ୍ଷ ଘରୋଇ ସିରିଜରୁ ମଧ୍ୟ ବାଦ ପଡ଼ିଥିଲେ । ତେବେ ଏବେ ସେ ଫିଟ୍ ହୋଇଯ଼ାଇଥିବାରୁ ଓ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଦଳରେ ସାମିଲ କରାଯ଼ାଇଛି । ସେହିପରି ହନୁମା ବିହାରି ମଧ୍ୟ ଟିମକୁ ଫେରିଛନ୍ତି ।  ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଗତ ୨୦୧୮ରୁ ଭାରତୀୟ ଟେଷ୍ଟ ଟିମରେ ସ୍ଥାନ ପାଇନାହାନ୍ତି ।

ରୋହିତ ଶର୍ମା, ଶୁଭମନ ଗିଲ ଓ ମୟଙ୍କ ଅଗ୍ରଓ୍ବାଲ ଦଳର ବ୍ୟାଟିଂ  ଓପନିଂ ଭାର ସମ୍ଭାଳିବେ । ସେହିପରି ଇଶାନ୍ତ ଶର୍ମା ଯ଼ଶପ୍ରୀତ ବୁମରା, ମହମ୍ମଦ ସମ୍ମୀ, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଓ ଉମେଶ ଯ଼ାଦବ ଦଳର ପେସ୍ ବୋଲିଂ ଭାର ସମ୍ଭାଳିବେ । ଆର. ଅଶ୍ବିନ ଓ ଅକ୍ଷର ପଟେଲ ସ୍ପିନ ଆକ୍ରମଣର ଭାର ସମ୍ଭାଳିବେ ।

ଜୁନ ୧୮ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଖେଳାଯ଼ିବ । ଏହା ପରେ ଭାରତ ଇଂଲଣ୍ଡ ସହ ୫ ଟିକିଆ ଟେଷ୍ଟ ସିରିଜ ଖେଳିବ ।

 

ସମ୍ବନ୍ଧିତ ଖବର