ଇଣ୍ଡିଆନ ସୁପର ଲିଗ-୪: ବେଙ୍ଗାଲୁରୁକୁ ୩-୨ରେ ହରାଇ ଚେନ୍ନାଇ ଦ୍ୱିତୀୟଥର ଚମ୍ପିୟାନ

ବେଙ୍ଗାଲୁରୁ: ଚେନ୍ନାଇ ଏଫ୍‌ସି ବେଙ୍ଗାଲୁରୁ ଏଫ୍‌ସିକୁ ୩-୨ ଗୋଲରେ ପରାସ୍ତ କରି ଇଣ୍ଡିଆନ ସୁପର ଲିଗ (ଆଇଏସଏଲ)ର ଚତୁର୍ଥ ସଂସ୍କରଣରେ ଚମ୍ପିଆନ ହୋଇଛି । ଚେନ୍ନାଇ ଏଫ୍‌ସି ତିନି ବର୍ଷ ତଳେ ମଧ୍ୟ ଚମ୍ପିଆନ ହେଇଥିଲା । ଚେନ୍ନାଇ ୨୦୧୫ରେ ଏଫ୍‌ସି ଗୋଆକୁ ହରାଇ ଚମ୍ପିଆନ୍‌ ହେବାର ଗୌରବ ହାସଲ କରିଥିଲା । (ଏଟିକେ) ୨୦୧୪ ଓ ୨୦୧୬ରେ ଚମ୍ପିଆନ ହୋଇଥିବାବେଳେ, ଏହି ବିଜୟ ସହ ଚେନ୍ନାଇ ଦୁଇଥର ଚମ୍ପିଆନ ହେବାରେ ଦ୍ୱିତୀୟ ଦଳ ହୋଇପାରିଛି । ଅନ୍ୟପକ୍ଷ୍ୟରେ ବେଙ୍ଗାଳୁରୁର ଚମ୍ପିଆନ ହେବାର ଆଶା ଅଧାରେ ରହିଯାଇଛି । ମେଲସନଙ୍କ (୧୭ ଓ ୪୫) ମିନିଟରେ ଦୁଇଟି ଗୋଲ ଓ ରାଫେଲଙ୍କ ୬୭ମିନିଟରେ ଗୋଟିଏ ଗୋଲ ଚେନ୍ନାଇକୁ ଦ୍ୱିତୀୟ ବିଜୟ ଦେବାରେ ସାହାର୍ଯ୍ୟ କରିଥିଲା । ବେଙ୍ଗାଲୁରୁ ପକ୍ଷରୁ କ୍ୟାପଟେନ ଛେତ୍ରୀ ଓ ମିକୁ ଗୋଟିଏ ଲେଖାଏଁ ଗୋଲ କରିଥିଲେ ମଧ୍ୟ ଚେନ୍ନାଇକୁ ହରାଇବାରେ ସକ୍ଷ୍ୟମ ହୋଇନଥିଲେ ।

ସମ୍ବନ୍ଧିତ ଖବର