ଇଣ୍ଡିଆନ ସୁପର ଲିଗ:, ହାଇଦ୍ରାବାଦର ପ୍ରଥମ ବିଜୟ

ହାଇଦରାବାଦ: ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗର ଚତୁର୍ଦଶ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ୨-୧ ଗୋଲରେ ହରାଇ ହାଇଦ୍ରାବାଦ ଏଫସି ପ୍ରଥମ ବିଜୟ ହାସଲ କରିଛି l ଜିଏମସି ବାଲାଯୋଗୀ ଆଥଲେଟିକ ଷ୍ଟାଡିଅମ ଠାରେ ଶନିବାର ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ମଧ୍ୟାନ୍ତର ସୁଦ୍ଧା ୧-୦ ଗୋଲରେ ପଛୁଆ ଥିବା ହାଇଦରାବାଦ ଏଫସି ଦ୍ଵିତୀୟାର୍ଦ୍ଧରେ ଦୁଇଟି ଗୋଲ ଦେଇ ବିଜୟୀ ହୋଇଛି l ହାଇଦ୍ରାବାଦ ପକ୍ଷରୁ ମାର୍କୋ ଷ୍ଟାଙ୍କୋଭିଚ ଓ ମାରସେଲିନୋ ପେରେରା ଗୋଲ ଦେଇଥିବା ବେଳେ କେରଳ ବ୍ଲାଷ୍ଟର୍ସ ତରଫରୁ ରାହୁଲ କେପି ଏହି ସାଫଲ୍ୟ ଅର୍ଜନ କରିଥିଲେ l ପ୍ରଥମ ଥର ପାଇଁ ଆଇଏସଏଲ ଖେଳୁଥିବା ହାଇଦ୍ରାବାଦ ଏହା ପୂର୍ବରୁ ଲଗାତାର ଦୁଇଟି ପରାଜୟ ସହ ଅଭିଯାନ ଆରମ୍ଭ କରିଥିଲା l ପ୍ରଥମ ମ୍ୟାଚରେ ଏଟିକେ ଏବଂ ଏହାପରେ ଜାମସେଦପୁର ଏଫସି ଠାରୁ ହାରିଥିଲା ହାଇଦରାବାଦ l ରବିବାର ଚତୁର୍ଦ୍ଦଶ ମ୍ୟାଚରେ ଗତ ବର୍ଷର ଚାମ୍ପିଅନ ବେଙ୍ଗାଲୁରୁ ଏଫସିକୁ ଭେଟିବ ଜାମସେଦପୁର ଏଫସି।

ସମ୍ବନ୍ଧିତ ଖବର