ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳ ଘୋଷିତ

ମୁମ୍ବାଇ : ଆଗାମୀ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରିଛି ବିସିସିଆଇ । ଏହି ଗସ୍ତ ପାଇଁ ଟିମ ଇଣ୍ଡିଆର ତାରକା ଖେଳାଳି ବିରାଟ କୋହଲି, ଜସପ୍ରୀତ ବୁମରା ଓ ଯୁଜବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ଦଳର ପ୍ରମୁଖ ସ୍ପିନର ଆର. ଅଶ୍ବୀନ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ରୋହତ ଶର୍ମା ଏହି ଦଳର ନେତୃତ୍ବ କରିବେ । ତେବେ ଦଳର ଅନ୍ୟତମ ତାରକା ଖେଳାଳି କେ.ଏଲ. ରାହୁଲଙ୍କ ଖେଳିବା ନେଇ ଏବେ ବି ସଂଦେହ ଜାରି ରହିଛି । ଫିଟନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ରାହୁଲ ଓ କୁଳଦୀପ ଯାଦବଙ୍କୁ ଟିମରେ ସାମିଲ କରାଯାଇପାରେ ।
ଓ୍ବେଷ୍ଟ ଇଣ୍ଡିଜ ଗସ୍ତରେ ଭାରତ ୩ଟି ଦିନିକିଆ ଓ ୫ଟି ଟି-୨୦ ଖେଳିବ । ୫ଟି ଟି-୨୦ରୁ ୨ଟି ଟି-୨୦ ଆମେରିକାର ଫ୍ଲୋରିଡାଠାରେ ଖେଳାଯିବ । ଦିନିକିଆ ସିରିଜ ପାଇଁ ପୂର୍ବରୁ ଟିମ ଘୋଷଣା କରାଯାଇଛି । ଶିଖର ଧଓ୍ବନ ଏହି ଦଳର ନେତୃତ୍ବ କରିବେ ।

ଭାରତୀୟ ଦଳ:  ରୋହିତ ଶର୍ମା (ଅଧିନାୟକ), ଇଶାନ କିଷନ, କେଏଲ ରାହୁଲ, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର, ଦିନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା,  ଆର. ଅଶ୍ବୀନ, ରବି ବିଷ୍ଣୋଇ, କୂଳଦୀପ ଯାଦବ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ଆଭେଶ ଖାନ୍, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହ ।

ସମ୍ବନ୍ଧିତ ଖବର