ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ସଂଘର ଯୁଦ୍ଧଂ ଦେହି ଡାକରା ଫସର ଫାଟିଯାଇଛି। ବଂଧୁକଚାଳନାକୁ ବାଦ୍ ଦିଆଯିବାରୁ ୨୦୨୨ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତ ଓହରିଯିବ ବୋଲି ଧମକ ଦେଇଥିଲା। ମନ ପରିବର୍ତନ କରି ଭାରତ କିନ୍ତୁ ବର୍ମିଂହାମ୍ ସଂସ୍କରଣକୁ ନିଜ ଦଳ ପଠାଇବ ବୋଲି ଘୋଷଣା କରିଛି। ‘‘ଆମେ ୨୦୨୨ ସଂସ୍କରଣ ପାଇଁ ଦଳ ପଠାଇବୁ, ଏଥି ସହିତ ୨୦୨୬ କିମ୍ବା ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଆୟୋଜନ ଅଧିକାର ଦାବି ଉପସ୍ଥାପନ କରିବୁ’ ବୋଲି ସୋମବାରା ପ୍ରକାଶ କରିଛନ୍ତି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ମହାସଚିବ ରାଜୀବ ମେହେଟା। ଅନ୍ୟପକ୍ଷରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍ ପଡ଼ିବାରୁ ନ୍ୟାସନାଲ୍ ରାଇଫଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏନଆରଏଆଇ)କୁ ମଧ୍ୟ ଅଲଗା ଏକ ରାଜ୍ୟଗୋଷ୍ଠୀ ବଂଧୁକଚାଳନା ପ୍ରତିଯୋଗିତା ଆୟୋଜନ କରିବାକୁ ଅନୁମୋଦନ ପ୍ରଦାନ କରିଛି ଆଇଓଏ। ଏହି ପ୍ରସ୍ତାବକୁ ଆଇଓଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ କାର୍ଯ୍ୟନିର୍ବାହୀ ସମିତିର ଅନୁମୋଦନ ଲାଗି ପଠାଇବ। ଏନ୍ଆରଆଇଏ ଏହାର ଖର୍ଚ ବହନ କରିବ ବୋଲି ମଧ୍ୟ ସ୍ପଷ୍ଟ କରି ଦେଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଂଧୁକଚାଳନା ଈଛାଧୀନ ଖେଳ ହୋଇଥିବାରୁ ବର୍ମିଂହାମକୁ ବାଦ୍ ପଡ଼ିଥିଲା। ଆଇଓଏ ମୁଖ୍ୟ ନରିନ୍ଦର ବାତ୍ରା ଏହାକୁ ବିରୋଧ କରି ଓହରିଯିବାକୁ ଧମକ ଦେଇଥିଲେ ମଧ୍ୟ ବାସ୍ତବତା ଦୃଷ୍ଟିରୁ ଏହା ସମ୍ଭବ ହୋଇପାରିନାହିଁ।
ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଦଳ ପଠାଇବ ଭାରତ
/sambad/media/post_attachments/wp-content/uploads/2019/12/d654jhsd987jsdt98j465fg4j65fg4j65dsg4jsdgjjgjsgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)