ବସ୍‌ରେ ଶବ୍ଦ ପହେଳୀ ଖେଳିଲେ ଭାରତୀୟ ଦଳ

ଲଣ୍ଡନ୍‌: ଚଳିତ ବିଶ୍ବକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। ଶନିବାର ଆଫ୍‌ଗାନିସ୍ତାନକୁ ୧୧ ରନ୍‌ରେ ହରାଇଥିବା ଏହି ଦଳ ପରବର୍ତୀ ମ୍ୟାଚ୍‌ ୨୭ ତାରିଖରେ ମାଞ୍ଚେଷ୍ଟରରେ ୱେଷ୍ଟଇଣ୍ଡିଜ୍‌ ସହ ଖେଳିବ। ଏହି ମ୍ୟାଚ୍‌ ଲାଗି ରବିବାର ବିରାଟ କୋହଲି ବାହିନୀ ବସ୍‌ରେ ସାଉଥ୍‌ମ୍ପଟନ୍‌ରୁ ମାଞ୍ଚେଷ୍ଟର ଯିବା ବାଟରେ ମଜା କରି ଯାଇଥିଲେ। ବସ୍‌ ଭିତରେ କିଛି ସଦସ୍ୟ ଶବ୍ଦ ପହେଳୀ ଖେଳ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ତାରକା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ୱିକେଟ୍‌ ରକ୍ଷକ ଦୀନେଶ କାର୍ତିକଙ୍କ ସହ ଖେଳୁଥିବା ଏକ ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଛାଡ଼ିଥିଲେ। ଏହି ଭିଡିଓରେ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର୍‌ ଶ୍ରୀଧର ନିଜ ମୁହଁକୁ ବିକୃତ କରିବାର ଦୃଶ୍ୟ ରହିଥିଲା। ଦଳ ସହ ଏହି ଯାତ୍ରା ମଜାଦାର ଥିଲା ବୋଲି ଶ୍ରୀଧର ଏହି ଭିଡିଓରେ କମେଣ୍ଟ ଦେଇଥିଲେ। କେଦାର ଯାଦବ ଓ ରବୀନ୍ଦ୍ର ଜାଦେଜାଙ୍କ ସହ ଏହି ଯାତ୍ରା ସମୟର ଏକ ସେଲ୍‌ଫିକୁ ଅଧିନାୟକ କୋହଲି ନିଜ ଟ୍ବିଟର୍‌ ପୃଷ୍ଠାରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର