ଭାରତୀୟ ଦଳର ଜୋହାନ୍ସବର୍ଗ ଯାତ୍ରା

ବେଙ୍ଗାଲୁରୁ : ଦକ୍ଷିଣ ଆଫ୍ରିକା ଓ ଫ୍ରାନ୍ସ ବିପକ୍ଷ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଲାଗି ଶୁକ୍ରବାର ଭାରତୀୟ ପୁରୁଷ ହକି ଦଳ ଜୋହାନ୍ସବର୍ଗ ଯାତ୍ରା କରିଛି। ଫେବ୍ରୁଆରି ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ଭାରତ ଏହି ଦୁଇ ଦଳ ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବ। ତେବେ ଏହି ଗସ୍ତର ଶେଷ ମିନିଟ୍‌ ପୂର୍ବରୁ ବରିଷ୍ଠ ଅଗ୍ରଭାଗ ଖେଳାଳି ଲଲିତ କୁମାର ଉପାଧ୍ୟାୟ ଓ ମଧ୍ୟଭାଗ ଖେଳାଳି ଯଶକରନ ସିଂହ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ଓହରିଯିବା ଭାରତକୁ ବଡ଼ ଝଟ୍‌କା ଲାଗିଛି। ଏହି ଦୁଇ ଜଣ ଓହରି ଯିବାରୁ ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଦୁଇ ଷ୍ଟାଣ୍ଡ ବାଇ ଖେଳାଳି ସୁମିତ ଓ ଗୁରସାହିବଜିତ ସିଂହଙ୍କୁ ସାମିଲ କରାଯାଇଛି। ମନ୍‌ପ୍ରୀତ ସିଂହ ନେତୃତ୍ବାଧୀନ ଏହି ଦଳ ଭାୟା ଦୋହା ଦେଇ ଜୋହାନ୍ସବର୍ଗରେ ପହଞ୍ଚିବ। ସେଠାରେ‌ ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ୮ରେ ଖେଳିବ। ଏହାପରେ ୯ ତାରିଖରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ପୁଣି ୧୨ ତାରିଖରେ ଫ୍ରାନ୍ସ ଏବଂ ୧୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବ।

ଭାରତୀୟ ଦଳ: ପିଆର୍‌ ଶ୍ରୀଜେସ, କୃ‌ଷ୍ଣ ପାଠକ (ଗୋଲ୍‌ରକ୍ଷକ), ହର୍ମନପ୍ରୀତ ସିଂହ, ଅମିତ ରୋହିଦାସ, ସୁରେନ୍ଦର କୁମାର, ବରୁନ କୁମାର, ଜର୍ମନପ୍ରୀତ ସିଂହ, ଯୁଗରାଜ ସିଂହ (ରକ୍ଷଣଭାଗ), ମନପ୍ରୀତ ସିଂହ, ନୀଳକାନ୍ତ ଶର୍ମା, ହାର୍ଦିକ ସିଂହ, ସୁମିତ, ସାମଶେର ସିଂହ, ବିବେକ ସାଗର ପ୍ରସାଦ (ମଧ୍ୟଭାଗ), ମନଦୀପ ସିଂହ, ଗୁରସାହିବଜିତ ସିଂହ, ଆକାଶଦୀପ ସିଂହ, ଶିଳାନନ୍ଦ ଲାକ୍ରା, ଦିଲପ୍ରୀତ ସିଂହ, ଅଭିଷେକ (ଅଗ୍ରଭାଗ)।

ସମ୍ବନ୍ଧିତ ଖବର