ଚେନ୍ନାଇ: ମହାବଳୀପୁରମ୍ଠାରେ ଆୟୋଜିତ ଚଳିତ ୪୪ତମ ଚେସ୍ ଅଲିମ୍ପିଆଡରେ ଭାରତର ସମସ୍ତ ୬ (ଓପନ୍ରେ ୩ ଓ ମହିଳାରେ ୩) ଦଳ ବିଜୟରୁ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ସଂଯୋଗବଶତଃ ସମସ୍ତ ଦଳ ସମାନ ୪-୦ ବ୍ୟବଧାନରେ ନିଜ ନିଜ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିଛନ୍ତି। ଶୁକ୍ରବାର ଓପନ୍ ବର୍ଗ ପ୍ରଥମ ରାଉଣ୍ଡରେ ଇଣ୍ଡିଆ-ଏ, ଇଣ୍ଡିଆ-ବି ଓ ଇଣ୍ଡିଆ-ସି ଦଳ ଯଥାକ୍ରମେ ଜିମ୍ବାୱେ, ୟୁଏଇ ଓ ଦକ୍ଷିଣ ସୁଦାନକୁ ଏବଂ ମହିଳା ବର୍ଗ ପ୍ରଥମ ରାଉଣ୍ଡରେ ଇଣ୍ଡିଆ-ଏ, ଇଣ୍ଡିଆ-ବି ଓ ଇଣ୍ଡିଆ-ସି ଯଥାକ୍ରମେ ତାଜିକସ୍ତାନ, ୱେଲ୍ସ ଓ ହଂକଂକୁ ପରାସ୍ତ କରିଥିଲା। ମହିଳା ବର୍ଗର ଭାରତ-ବି ଦଳରେ ସାମିଲ ଥିବା ଓଡ଼ିଶା ଆଇଏମ୍ ପଦ୍ମିନୀ ରାଉତ ପ୍ରଥମ ରାଉଣ୍ଡରେ ଖେଳିବାର ସୁଯୋଗ ପାଇନଥିଲେ।
କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ ତାରକା ଭିଦିତ ଗୁଜରାଟୀଙ୍କ ବୋର୍ଡରେ ପ୍ରଥମ ଚାଲ ଚଳାଇ ଐତିହାସିକ ଚେସ୍ ଅଲିମ୍ପିଆଡର ପ୍ରଥମ ରାଉଣ୍ଡକୁ ଉଦ୍ଘାଟନ କରିଥିଲେ। ପାଞ୍ଚ ଥର ବିଶ୍ବ ବିଜେତା ବିଶ୍ବନାଥନ ଆନନ୍ଦ, ଫିଡେ ସଭାପତି ଅର୍କାଡି ଦ୍ରୋକୋଭିକ୍, ସର୍ବଭାରତୀୟ ଚେସ୍ ସଂଘ ସଭାପତି ସଞ୍ଜୟ କାପୁର ଏବଂ ଅଲିମ୍ପିଆଡ ନିର୍ଦେଶକ ଭରତ ସିଂହ ଚୌହାନ ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/sf654h65sf4hsh64hsf6sfhsfh.jpg)