ଜୁନ୍‌-ଜୁଲାଇରେ ଇଣ୍ଡିଆନ୍ ଭଲିବଲ୍‌ ଲିଗ୍‌

ଭୁବନେଶ୍ବର : ଦେଶରେ ଅଲିମ୍ପିକ୍‌ ଖେଳ ଭଲିବଲ୍‌ର ବିପ୍ଳବ ହେବାକୁ ଯାଉଛି। ଡିସ୍‌କଭରି ନେଟ‌ୱାର୍କର ପ୍ରିମିୟମ୍‌ ସ୍ପୋର୍ଟସ ବ୍ରାଣ୍ଡ୍‌ ‘ୟୁରୋ ସ୍ପୋର୍ଟସ ଇଣ୍ଡିଆ’ ଏବଂ ଭାରତୀୟ ଭଲିବଲ୍‌ ସଂଘ (ଭିଏଫ୍ଆଇ)ର ମିଳିତ ଆନୁକୂଲ୍ୟରେ ଚଳିତ ବର୍ଷ ଜୁନ୍‌ ଜୁଲାଇରେ ପେସାଦାର ପ୍ରତିଯୋଗିତା ‘ଇଣ୍ଡିଆନ୍ ଭଲିବଲ୍ ଲିଗ୍’ ଖେଳାଯିବାର ଖସଡ଼ା ପ୍ରସ୍ତୁତ ହୋଇଛି। ଫଳରେ ଏହି ଖେଳର ଲୋକପ୍ରିୟତା ଓ ଅନ୍ତର୍ଜାତୀୟ ବଜା‌ରରେ ଭାରତର ଉପସ୍ଥିତି ବଢ଼ିବ ବୋଲି ବିଶ୍ବାସ କରାଯାଉଛି।

ଆଇଭିଏଲ୍‌କୁ ମଧ୍ୟ ଏସୀୟ ଭଲିବଲ୍ ସଂଘ ଏବଂ ଅନ୍ତର୍ଜାତୀୟ ଭଲିବଲ୍ ସଂଗ ଅନୁମୋଦନ କରିଛି। ଭାରତର ବିଭିନ୍ନ ସହରରେ ୬ରୁ ୮ ଦଳ ଅଂଶଗ୍ରହଣ କରିବେ। ଦଳଗୁଡିକରେ ମଧ୍ୟ ଭାରତୀୟ, ଅନ୍ତର୍ଜାତୀୟ, ଯୁବ ପ୍ରତିଭାବାନ ଖେଳାଳିଙ୍କ ମିଶ୍ରିତ ସୁଯୋଗ ରହିବ। ଭଲିବଲ୍‌ର ଲୋକ୍ରପ୍ରିୟତା ପାଇଁ ସୁଯୋଗ ମିଳିବା ଖୁସି ଖବର ବୋଲି ପ୍ରକାଶ କରିଛନ୍ତି ୟୁରୋ ସ୍ପୋର୍ଟସ ଇଣ୍ଡିଆର ମୁଖ୍ୟ ରୁଚିର ଜୈନ। ‘ଭାରତୀୟ ଭଲିବଲ୍ ପାଇଁ ଏହା ଏକ ବଡ଼ ମୁହୂର୍ତ୍ତ। ଏହାକୁ ବିଶ୍ବସ୍ତରୀୟ ଲିଗ୍‌ରେ ପରିଣତ କରାଯିବା ଲାଗି ପ୍ରୟାସ କରାଯିବ’ ବୋଲି ଭାରତୀୟ ଭଲିବଲ୍ ସଂଘର ସଭାପତି ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି। ଏହା ବିଶ୍ବ ଭଲିବଲ୍ କ୍ୟାଲେଣ୍ଡରରେ ବାର୍ଷିକ ଇଭେଣ୍ଟ୍‌ ଭାବେ ସ୍ଥାନ ପାଇବ ବୋଲି ଭାରତୀୟ ଭଲିବଲ୍ ଲିଗ୍‌ର ଅଧ୍ୟକ୍ଷ ରାମ ଅବତାର ସିଂହ ଝାକଡ଼ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର