ଆଘାତ ପରେ ପ୍ରତିଯୋଗିତାକୁ ଫେରିଲେ ୱେଟଲିଫଟର ମୀରାବାଇ ଚାନୁ, ଜିତିଲେ ସ୍ୱର୍ଣ୍ଣପଦକ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିଅନ୍‌ ଭାରତୀୟ ୱେଟ୍‌ଲିଫଟର ସେଖୋମ ମୀରାବାଇ ଚାନୁ ଆଘାତ ସତ୍ତ୍ୱେ ପୁଣି ଥରେ ଭଲ ଫର୍ମକୁ ଫେରି ଗୁରୁବାର ଥାଇଲାଣ୍ଡରେ ଇଜିଏଟି କପ୍‌ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଆଘାତ କାରଣରୁ ସେ ୨୦୧୮ରେ ୬ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଅନେକ ଗୁଡ଼ିଏ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିନଥିଲେ। ଚାନୁ ୪୮ କିଲୋ ବର୍ଗରେ ୧୯୨ କିଲୋ ସଜନ ଉଠାଇ ରୌପ୍ୟ ସ୍ତରୀୟ ଅଲମ୍ପିକର ଯୋଗ୍ୟତା ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଜାପାନର ରାଜଧାନୀ ଟୋକିଓ ଠାରେ ୨୦୨୦ରେ ଆୟୋଜିତ ଅଲମ୍ପିକର ଅନ୍ତିତ ର‍୍ୟାଙ୍କିଙ୍ଗ ପାଇଁ ଏହି ପ୍ରତିଯୋଗିତା ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

ସ୍ୱର୍ଣ୍ଣପଦକ ଜିତିବା ପରେ ଚାନୁ କହିଛନ୍ତି, ଆଘାତରୁ ମୁକ୍ତି ମିଳିବା ପରେ ଏହା ହେଉଛି ମୋ ପାଇଁ ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା। ମୁଁ ଶତ ପ୍ରତିଶତ ସୁସ୍ଥ ଅନୁଭବ କରୁଛି କିନ୍ତୁ ଆଘାତ ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା ହୋଇଥିବାରୁ ଫଳାଫଳ ଆହୁରି ଭଲ ହେବାର ଥିଲା। ସେ କହିଛନ୍ତି ୧୯୬ କିଲୋ ବର୍ଗରେ ଏହା ବ୍ୟକ୍ତିଗତ ବର୍ଗରେ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଚାନୁ କହିଛନ୍ତି, ମୁଁ ମୋର ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ।

 

ସମ୍ବନ୍ଧିତ ଖବର