ମିତାଲିଙ୍କ ଅର୍ଧଶତକରେ ମହିଳା ବି ଜିତିଲେ ପ୍ରଥମ ଟେ୍ଵଣ୍ଟି-୨୦

ପୋଚେଫ୍‌ଷ୍ଟମ୍‌, : ଅଧିନାୟିକା ମିତାଲି ରାଜ୍‌ ଅପରାଜିତ ଅର୍ଧଶତକ ହାସଲ କରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଭାରତକୁ ବିଜୟ ଅଭିଯାନ ଦେଇଛନ୍ତି। ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ମଙ୍ଗଳବାର ଖେଳିଥିବା ପ୍ରଥମ ଟେ୍ଵଣ୍ଟି-୨୦କୁ ଭାରତ ୭ ବଲ୍‌ ପୂର୍ବରୁ ୭ ଓ୍ଵିକେଟ୍‌ରେ ଜିତି ନେଇଛି। ଏଥି ସହିତ ଭାରତ ୧-୦ରେ ଅଗ୍ରଣୀ ପାଇଛି।
ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଘରୋଇ ଦକ୍ଷିଣ ଆଫ୍ରିକାକୁ ଆହ୍ଵାନ କରିଥିଲେ। ଅଧିନାୟିକା ଭାନ୍‌ ନିକେର୍କଙ୍କ ୩୮, ସିଏଲ୍‌ ଟ୍ରିୟନ୍‌ଙ୍କ ଅପରାଜିତ ୩୨, ଡୁ ପ୍ରିଜ୍‌ଙ୍କ ୩୧, ଡି କ୍ଲେର୍କଙ୍କ ଅପରାଜିତ ୨୩, ଓ୍ଵିକେଟ୍‌ରକ୍ଷିକା ଲି’ଙ୍କ ୧୯ ଏବଂ ଲୁସ୍‌ଙ୍କ ୧୮ ରନ୍‌ ବଳରେ ଘରୋଇ ଦଳ ୪ ଓ୍ଵିକେଟ୍‌ ବିନିମୟରେ ୧୬୪ ରନ୍‌ କରିଥିଲା। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଅନୁଜା ପାଟିଲ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ମିତାଲିଙ୍କ ଅପରାଜିତ ୫୪ (୪୮ ବଲ୍‌, ୬ ଚୌକା, ୧ ଛକା) ସାଙ୍ଗକୁ ସ୍ମୃତି ମାନ୍ଧାନାଙ୍କ ୨୮ (୧୫ ବଲ୍‌, ୩ ଚୌକା, ୨ ଛକା), ଜେମିମା ରୋଦ୍ରିଗୁଏଜ୍‌ଙ୍କ ୩୭ (୨୭ ବଲ୍‌, ୪ ଚୌକା, ୧ ଛକା) ଏବଂ ଭେଡା କୃଷ୍ଣମୂର୍ତ୍ତିଙ୍କ ଅପରାଜିତ ୩୭ (୨୨ ବଲ୍‌, ୩ ଚୌକା, ୩ ଛକା) ରନ୍‌ ସହାୟତାରେ ଭାରତ ୧୮.୫ ଓଭରରେ ୩ ଓ୍ଵିକେଟ୍‌ ହରାଇ ୧୬୮ ରନ୍‌ କରିନେଇଥିଲା। ମିତାଲି ଓ କୃଷ୍ଣମୂର୍ତ୍ତି ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୩୨ ବଲ୍‌ରୁ ୫୨ ରନ୍‌ ଯୋଡ଼ି ଭାରତକୁ ସହଜ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର