ପୋଖରା: ଭାରତୀୟ ମହିଳା ଫୁଟବଲ୍ ଦଳ ଦକ୍ଷିଣ ଏସୀୟ କ୍ରୀଡ଼ା (ସାଗ୍)ରେ ଲଗାତାର ତୃତୀୟ ଥର (ହ୍ୟାଟ୍ରିକ୍) ବିଜେତା ହେବାର ଗୌରବ ଅର୍ଜନ କରିଛି। ଏହି ଦଳ ଆୟୋଜକ ନେପାଳକୁ ୨-୦ ଗୋଲ୍ରେ ହରାଇ ହ୍ୟାଟ୍ରିକ୍ ସ୍ବର୍ଣ୍ଣ ପଦକ କରାୟତ କରିଛି। ସୋମବାର ପୋଖରାରେ ଖେଳାଯାଇଥିବା ଫାଇନାଲ୍ର ୧୮ ତମ ମିନିଟ୍ରେ ଡୁଲିଙ୍କ ଗୋଲ୍ରେ ଭାରତ ଅଗ୍ରଣୀ ନେଇଥିଲା। ପ୍ରଥମାର୍ଧ ୧-୦ରେ ଶେଷ ହୋଇଥିଲା। ଦ୍ବିତୀୟାର୍ଧରେ ବାଲା ଦେବୀ (୫୬ ମିନିଟ୍) ଆଉ ଏକ ଗୋଲ୍ ଦେଇ ଭାରତକୁ ୨-୦ରେ ଆଗୁଆ କରିଥିଲେ। ଏହି ଗୋଲ୍ ବଳରେ ବାଲା ଏଠାରେ ୪ ମ୍ୟାଚ୍ ଖେଳି ୫ ଗୋଲ୍ ସହ ଅଗ୍ରଣୀ ସ୍କୋରର୍ ତାଲିକାର ଶୀର୍ଷରେ ରହିଥିଲେ।
ଭାରତ ୩୦୦ ପଦକର ନିକଟତର
ଚଳିତ ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡ଼ା (ସାଗ୍)ରେ ଭାରତର ୩୦୦ ପଦକର ନିକଟତର ହୋଇଛି। ସୋମବାର ଅଷ୍ଟମ ଦିବସରେ ଭାରତ ୨୭ ସ୍ବର୍ଣ୍ଣ, ୧୨ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୪୨ ପଦକ ଜିତି ନେଇଛି। ଏହି ପ୍ରତିଯୋଗିତା ଆଉ ଗୋଟିଏ ଦିନ ଥିଲା ବେଳେ ଭାରତ ୨୯୪ (୧୫୯ ସ୍ବର୍ଣ୍ଣ, ୯୧ ରୌପ୍ୟ, ୪୪ କାଂସ୍ୟ) ପଦକ ସହ ତାଲିକାର ଶୀର୍ଷରେ ରହିଛି। ଭାରତ ପଛକୁ ନେପାଳ ୧୯୫ (୪୯ ସ୍ବର୍ଣ୍ଣ, ୫୪ ରୌପ୍ୟ, ୯୨ କାଂସ୍ୟ) ପଦକ ସହ ଦ୍ବିତୀୟ ଏବଂ ଶ୍ରୀଲଙ୍କା ୨୩୬ (୩୯ ସ୍ବର୍ଣ୍ଣ, ୭୯ ରୌପ୍ୟ, ୧୧୮ କାଂସ୍ୟ) ତୃତୀୟ ସ୍ଥାନରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/g4jgd4j98dg7j98dg74j56dg4j65dgjjjjjjjjjjjjjjjj.jpg)