ଭାରତୀୟ ମହିଳା ହକି ଶିବିରରେ ୬ ଓଡ଼ିଆ

ନୂଆଦିଲ୍ଲୀ: ରବିବାରଠାରୁ ବେଙ୍ଗାଲୁରୁର ସାଇ (ଭାରତୀୟ କ୍ରୀଡ଼ା ପ୍ରାଧୀକରଣ)ରେ ଆରମ୍ଭ ହେବ ଭାରତୀୟ ମହିଳା ହକି ଦଳର ଜାତୀୟ ଶିବିର। ଏଥିପାଇଁ ହକି ଇଣ୍ଡିଆ ୩୩ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ୬ ଜଣ ଓଡ଼ିଆ ଝିଅ ସାମିଲ ହୋଇଛନ୍ତି। ସେମାନେ ହେଲେ ଦୀପ୍‌ଗ୍ରେସ୍‌ ଏକ୍କା, ସୁନିତା ଲାକ୍ରା, ରଶ୍ମିତା ମିଞ୍ଜ୍‌, ନମିତା ଟପ୍ପୋ, ଲିିଲିମା ମିଞ୍ଜ୍‌ ଓ ଅନୁପା ବାର୍ଲା। ଜାତୀୟ ଶିବିର ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଶିବିର ପାଇଁ ମନୋନୀତ ଖେଳାଳିମାନେ ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କ ନିକଟରେ ସେମାନଙ୍କ ଉପସ୍ଥିତି ସଂପର୍କରେ ଅବଗତ କରାଇବାକୁ କୁହାଯାଇଛି। ଆଗାମୀ ୨୦୧୮ ବର୍ଷ ଭାରତୀୟ ହକି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ କିପରି ପଦକ ହାସଲ କରିବୁ ତାହା ଆମର ମୁଖ୍ୟ ଲକ୍ଷ୍ୟ ରହିବ। ଏସୀୟ କ୍ରୀଡ଼ା ଜିତି ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ମଧ୍ୟ ପରବର୍ତୀ ଲକ୍ଷ୍ୟ ବୋଲି ହରେନ୍ଦ୍ର କହିଛନ୍ତି।

ସମ୍ବନ୍ଧିତ ଖବର