ଭାରତୀୟ ମହିଳା ଲିଗ୍‌ ଜିତିଲା ସେଥୁ

ଚେନ୍ନାଇ: ତାମିଲନାଡ଼ୁ ଫୁଟ୍‌ବଲ୍‌ ପାଇଁ ଭଲ ଦିନ ଆସିଛି। ଦୁଇ ମାସ ତଳେ ଚେନ୍ନାଇ ଏଫ୍‌ସି ଆଇଲିଗ୍‌ ବିଜେତା ହୋଇଥିଲା ବେଳେ ଏହି ରାଜ୍ୟ ମୁଦୁରାଇର ସେଠୁ ଏଫ୍‌ସି ଭାରତୀୟ ମହିଳା ଲିଗ୍‌ ଟ୍ରଫି ଜିତି ତାମିଲନାଡ଼ୁକୁ ଯୁଗଳ ସଫଳତା ଦେଇଛନ୍ତି। ଲୁଧିଆନାର ଗୁରୁ ନାନକ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ଏହି ଦଳ ୩-୧ରେ ମଣିପୁର ପୁଲିସକୁ ପରାସ୍ତ କରି ଭାରତୀୟ ମହିଳା ଲିଗ୍‌ ତୃତୀୟ ସଂସ୍କରଣର ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ରାଧାରାଣୀ ଦେବୀ (୪୪ ମିନିଟ୍‌)ଙ୍କ ଗୋଲ୍‌ରେ ମଣୀପୁର ଦଳ ପ୍ରଥମାର୍ଧରେ ଆଗୁଆ ହୋଇଯାଇଥିଲା। ହେଲେ ଏହି ଦଳର ଊମାପତି ଦେବୀ (୬୫ ମିନିଟ୍‌)ଙ୍କ ଆତ୍ମଘାତୀ ଗୋଲ୍‌ରେ ସ୍ଥିତି ୧-୧ ହୋଇଯାଇଥିଲା। ଏହାପରେ ‌ନେପାଳୀ ଖେଳାଳି ସବିତା ଭଣ୍ଡାରୀ (୬୧, ୭୦ ମିନିଟ୍‌)ଙ୍କ ଯୁଗଳରେ ସେଠୁ ଦଳ ମ୍ୟାଚ୍‌କୁ ଜିତିନେଇଥିଲା।

ସମ୍ବନ୍ଧିତ ଖବର