ଗୌହାଟୀ ଟି-୨୦: ଇଂଲଣ୍ଡ ଠାରୁ କ୍ରମାଗତ ୩ୟ ଥର ହାରିଲା ଭାରତୀୟ ମହିଳା ଟିମ୍‌

ଗୌହାଟୀ: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ ଗୁରୁବାର ଇଂଲଣ୍ଡ ଠାରୁ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲାରେ ପରାସ୍ତ ହୋଇଛି। ଆସାମର ଗୌହାଟୀ ଠରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ବିପକ୍ଷରେ ଇଂଲଣ୍ଡ ୫ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ଅତିଥି ଟିମ୍‌ ଟି-୨୦ରେ କ୍ରମାଗତ ଓ ଆୟୋଜକ ଭାରତ ବିପକ୍ଷରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଅତିଥି ଟିମ ଆଜି ବିଜୟୀ ହେବା ପରେ ଟି-ଶୃଙ୍ଖଳା ୨-୦ରେ ଅଗ୍ରଣୀ ଅଛି ଭାରତୀୟ ଟିମ ଇଂଲଣ୍ଡକୁ ୨-୧ରେ ପରାସ୍ତ କରିଥିଲା। ଶେଷ ଦିନିକିଆରେ ଇଂଲଣ୍ଡ ଜିତିଥିଲା।

ଗୌହାଟୀରେ ଗୁରୁବାର ମ୍ୟାଚ ଭାରତୀୟ ମହିଳା ଟିମ ପାଇଁ ବହୁତ ଖରାପ ଥିଲା। ଆୟୋଜକ ଭାରତୀୟ ଟିମ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୧୧ ରନ କରିଥିଲା। ଭାରତ ପକ୍ଷରୁ ମିତାଲି ରାଜ (୨୦ ରନ୍‌) ସର୍ବାଧିକ ସ୍କୋର କରିଥିଲେ। ଇଂଲଣ୍ଡ ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ପୁରା କରିଥିଲା। ଡାନିଏଲ ଓ୍ଵାଟଙ୍କୁ ପ୍ଲେୟାର ଅଫ୍‌ ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା। ସେ ଅପରାଜିତ ୬୪ ରନ୍‌ ସଂଗ୍ରହ କରିଥିଲେ। ଓ୍ଵାଟ୍‌ ପ୍ରଥମ ଟି-୨୦ ମ୍ୟାଚ୍‌ରେ ୩୫ ରନ୍‌ କରିଥିଲେ। ଶୃଙ୍ଖଳାର ଅନ୍ତିମ ମୁକାବିଲା ମାର୍ଚ୍ଚ ୯ରେ ହେବ।

 

ସମ୍ବନ୍ଧିତ ଖବର