କୋରିଆ ଗଲା ଭାରତୀୟ ମହିଳା ହକି ଦଳ

ବେଙ୍ଗାଲୁରୁ: ରାଣୀଙ୍କ ନେତୃତ୍ବରେ ଭାରତୀୟ ମହିଳା ହକି ଦଳ ଶନିବାର ଏଠାରୁ କୋରିଆ ଅଭିମୁଖେ ଯାତ୍ରା କରିଛି। ସେଠାରେ ଭାରତୀୟ ଦଳ ଆୟୋଜକ କୋରିଆ ସହ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା ହିରୋସୀମାରେ ଆୟୋଜିତ ହେବାକୁ ଥିବା ଆଗାମୀ ମହିଳା ହକି ସିରିଜ୍‌ ଫାଇନାଲ୍‌ସ ପାଇଁ ପ୍ରସ୍ତୁତିର ଅଂଶ ବିଶେଷ ରହିବ। ଏହା ପୂର୍ବରୁ ଭାରତୀୟ ଦଳ ଗତ ଜାନୁଆରି-ଫେବ୍ରୁଆରିରେ ସ୍ପେନ୍‌ ଗସ୍ତ କରି ଉଭୟ ସ୍ପେନ୍‌ ଓ ଆୟର୍ଲାଣ୍ଡ୍‌ ସହ ୬ ମ୍ୟାଚ୍‌ ଖେଳିଥିଲା। ସେଥିରେ ୨ ବିଜୟ ପାଇଥିଲା ବେଳେ ୩ ଅମୀମାଂସିତ ରଖିଥିଲା। ମାତ୍ର ଗୋଟିଏ ମ୍ୟାଚ୍‌ ହାରିଥିଲା। ଏହାପରେ ଦଳ ମାଲେସିଆ ଗସ୍ତରେ ଏପ୍ରିଲରେ ଯାଇଥିଲା। ସେଠାରେ ୫ ମ୍ୟାଚ୍‌ରୁ ୪ ବିଜୟ ଓ ଗୋଟିଏ ଅମୀମାଂସିତ ରଖି ଅପରାଜେୟ ରହିଥିଲା। ଏବେ କୋରିଆରେ ୩ଟି ମ୍ୟାଚ୍‌ ଯଥାକ୍ରମେ ୨୦, ୨୨ ଓ ୨୪ ତାରିଖରେ ଖେଳି ଗସ୍ତ ଶେଷ କରିବ।

ସମ୍ବନ୍ଧିତ ଖବର