ଭୁବନେଶ୍ବର: ଅଷ୍ଟ୍ରେଲିଆ ଗସ୍ତ ଲାଗି ସୋମବାର ଭାରତୀୟ ମହିଳା ହକି ଦଳ ଘୋଷିତ ହୋଇଛି। ଏହି ୨୦ ଜଣିଆ ଦଳରେ ଓଡ଼ିଶାରୁ କେବଳ ଜଣେ ଖେଳାଳି ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ ଏକ୍କା ସ୍ଥାନ ପାଇଛନ୍ତି। ଏହି ଦଳର ନେତୃତ୍ବ ଭାର ଅଭିଜ୍ଞ ଗୋଲରକ୍ଷିକା ସବିତାଙ୍କୁ ମିଳିଥିଲା ବେଳେ ଦୀପଗ୍ରେସ ଉପଅଧିନାୟିକା ରହିଛନ୍ତି। ଏହି ଗସ୍ତରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଏହାପରେ ଅଷ୍ଟ୍ରେଲିଆ-ଏ’ ବିପକ୍ଷରେ ମଧ୍ୟ ୨ଟି ମ୍ୟାଚ୍‌ ଖେଳିବ। ହାଙ୍ଗଝୁ ଏସୀୟ କ୍ରୀଡ଼ା ଲାଗି ପ୍ରସ୍ତୁତ ହେବା ପାଇଁ ହକି ଇଣ୍ଡିଆ ଏହି ଗସ୍ତର ଆୟୋଜନ କରିଛି। ଚଳିତ ମାସ ୧୮, ୨୦, ୨୧ ତାରିଖରେ ଅଷ୍ଟ୍ରେଲିଆ ଏବଂ ୨୫ ଓ ୨୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଏହି ମ୍ୟାଚ୍‌ ୫ଟି ଖେଳାଯିବ।

Advertisment

ଭାରତୀୟ ଦଳ: ଗୋଲି-ସବିତା (ଅଧିନାୟିକା), ବିଚୁ ଦେବୀ ଖାରିବାମ, ଡିଫେଣ୍ଡର-ଦୀପଗ୍ରେସ ଏକ୍କା (ଉପଅଧିନାୟିକା), ନିକ୍କି ପ୍ରଧାନ, ଈଶିକା ଚୌଧୁରୀ, ଉଦିତା, ଗୁରଜିତ କୌର, ମିଡ୍‌‌ଫିଲ୍‌ଡର-ନିଶା, ନଭଜୋତ କୌର, ମୋନିକା, ସଲିମା ଟେଟେ, ନେହା, ନଭନୀତ କୌର, ସୋନିକା, ଜ୍ୟୋତି, ବଲଜୀତ କୌର, ଫରୱାର୍ଡ-ଲାଲରେମସିଆମି, ବନ୍ଦନା କଟାରିୟା, ସଙ୍ଗୀତା କୁମାରୀ, ଶର୍ମିଳା ଦେବୀ।